
ଭୁବନେଶ୍ୱର, ୯ ନଭେମ୍ବର (ହି.ସ.) : ଉତ୍ତରାଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ
ରାଜ୍ୟର ଜନସାଧାରଣଙ୍କୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁଭେଚ୍ଛା
ଜଣାଇଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ
ମାଧ୍ୟମରେ ସେ ଉତ୍ତରାଖଣ୍ଡବାସୀଙ୍କୁ ଶୁଭକାମନା ଜଣାଇବା ସହ ହିମାଳୟର ଅପୂର୍ବ ଶୋଭା, ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଚିରନ୍ତନ ଆଧ୍ୟାତ୍ମିକ ଐତିହ୍ୟ
ଉତ୍ତରାଖଣ୍ଡକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି କହିଛନ୍ତି। ଉତ୍ତରାଖଣ୍ଡ ପ୍ରାକୃତିକ
ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଗୌରବର ପ୍ରତୀକ। ଆଗାମୀ ଦିନରେ ଏହି ରାଜ୍ୟ ସମୃଦ୍ଧି, ପ୍ରଗତି ଓ ବିକାଶର ପଥରେ ଆହୁରି ଆଗକୁ ବଢ଼ୁ ବୋଲି ସେ କାମନା
କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା