
ଜୟପୁର, ୦୯ ନଭେମ୍ବର(ହି.ସ.) – ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ଜିଲ୍ଲା ଦୌରା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ପ୍ରଦୀପ କୁମାର ମହନ୍ତ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଭାଗୃହ ଠାରେ ଜାତୀୟ ଆଇନ ସେବା ଦିବସ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଜିଲ୍ଲା ବିଚାରାଳୟ ପରିସରରୁ ଗୋଟିଏ ପଦଯାତ୍ରା ଆରମ୍ଭ କରାଯାଇ ଯାଇଥିଲା ଏହି ପଦ ଯାତ୍ରା ଟିକୁ ଆନୁଷ୍ଠାନିକ ଭାବେ ସବୁଜ ପତକା ଦେଖେଇ ଜିଲ୍ଲା ଦୌରା ଜଜ୍ ତଥା ଅଧକ୍ଷ ଶୁଭାରମ୍ଭ କରିଥିଲେ। ଆଇନ ସାକ୍ଷରତା ବ୍ଲକ ଉପର କୋଲାବ ପ୍ରଜେକ୍ଟ ହାଇ ସ୍କୁଲ ଇରିଗେସନ କୋଲନୀ ଜୟପୁର, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ଛାତ୍ର ଛାତ୍ରୀ ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀ ସହିତ ବିଚାର ବିଭାଗୀୟ ଅଧିକାରୀ ଏହି ପଦଯାତ୍ରା ରେ ଯୋଗ ଦେଇ ଜୟପୁର ସହର ପରିଭ୍ରମଣ କରି ଭିବିନ୍ନ ସ୍ଲୋଗାନ ଏବଂ ଲିଫଲେଟ ପ୍ରଚାରପତ୍ର ଦ୍ୱାରା ଜନସାଧାରଣ ମାନଙ୍କୁ ସଚେତନତା କରିଥିଲେ। ଅଦାଲତରେ ବିଚାରଧିନ ଥିବା ମକଦ୍ଦମା ଏବଂ ପ୍ରାକ-ମକଦ୍ଦମା ମାମଲା ଗୁ଼ଡିକ ମଧ୍ୟସ୍ଥି ମାଧ୍ୟମରେ ସମାଧାନ କିମ୍ହା ଅଦାଲତ ମାଧ୍ୟମରେ ସମାଧାନ କରିବା, ମାଗଣା ଆଇନ ସହାୟତା, ତାଲିମପ୍ରାପ୍ତ ଆଇନ ଜୀବି, ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ଭୂମିକା, ବିନା ମୂଲ୍ୟରେ କେଉଁମାନେ ପାଇପାରିବେ ଆଇନ ପ୍ରାଧିକରଣ ଧାରା ୧୨ ଅନୁଯାୟୀ ଯୋଗ୍ୟ ବିବେଚିତ ବ୍ୟକ୍ତି ଯେପରି କି ତଫସିଲଭୁକ୍ତ ଜାତି କିମ୍ବା ତଫସିଲଭୁକ୍ତ ଉପଜାତି, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୩ ଅନୁଯାୟୀ ନିର୍ଯାତିତ କ୍ରୀତଦାସ କିମ୍ବା ଭିକାରୀ, ମହିଳା, ଶିଶୁ, ମାନସିକ ରୋଗାକ୍ରାନ୍ତ, କିମ୍ହାଶାରୀରିକ ଅକ୍ଷମ, ସାମୁହିକ ଦୁର୍ବିପାକ, ସମ୍ପ୍ରଦାୟିକ ଦଙ୍ଗା, ବନ୍ୟା, ମରୁଡି, କୋଏଦି, ବରିଷ୍ଠ ନାଗରିକ ସାଧାରଣ ପୁରୁଷ ଯାହାର ବାର୍ଷିକ ଆୟ ତିନି ଲକ୍ଷ ରୁ କମ ହୋଇଥିବ ବିଷୟବସ୍ତୁକୁ ନେଇ ଆଲୋଚନା କରିଥିଲେ। ଏହି ଶିବିରେ ଜିଲ୍ଲା ଦୌରା ଜଜ କୋରାପୁଟ ଶ୍ରୀ ପ୍ରଦୀପ କୁମାର ମହନ୍ତ, ସ୍ପେସିଆଲ ଜଜ୍ ଭିଜିଲାନ୍ସ ଶ୍ରୀ ମାନସ କୁମାର ପଣ୍ଡା, ପରିବାର ଅଦାଲତ ବିଚାରପତି ଶ୍ରୀ ନିଶିଥ୍ ନିଶାଙ୍କ, ସି଼.ଜେ. ଏମ, ଶ୍ରୀମତୀ ଏସ. ଶୁଭଲକ୍ଷ୍ମୀ ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସ୍ୱୟଂ ପ୍ରକାଶ ଦାସ, ସଚିବ ଜିଲ୍ଲା ଆଇନ ସେବା ପ୍ରଧିକାରଣ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜାତା, ରେଜିଷ୍ଟ୍ରାର୍ ସିଭିଲ୍ କୋର୍ଟ ଜୟପୁର ଶ୍ରୀମତୀ ମଧୁସ୍ମିତା ଜେନା, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀମତୀ ସୁମିତ୍ରା କୁମାରୀ ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ଶ୍ରୀ ହରମୋହନ ଦାସ, ଶ୍ରୀମତି ଦୀକ୍ଷ୍କା ରାଉତରାଏ ଓ ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରୀ ଶ୍ରୀ ଦେବଦତ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି