
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ଭାରତର ପୂର୍ବତନ
ରାଷ୍ଟ୍ରପତି କେ. ଆର୍. ନାରାୟଣଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ,
ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ କୂଟନୀତିଜ୍ଞ ତଥା ଦୂରଦର୍ଶୀ ରାଷ୍ଟ୍ରନାୟକ କେ. ଆର୍.
ନାରାୟଣ ନିଜର ଅସାଧାରଣ ପ୍ରତିଭା, ନିଷ୍ଠା ଓ ଆଦର୍ଶ ମାଧ୍ୟମରେ ଭାରତୀୟ ଗଣତନ୍ତ୍ରକୁ ଗୌରବାନ୍ୱିତ
କରିଥିଲେ। ସାମାଜିକ ନ୍ୟାୟ, ସମାନତା ଓ ସମ୍ବିଧାନର ମୂଲ୍ୟବୋଧ ପ୍ରତି ତାଙ୍କର ଅତୁଳନୀୟ ଅବଦାନ
ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ମହାନ ଜୀବନ ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର
ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା