ଏଗ୍ରିଷ୍ଟାକ୍ ନ ଥିଲେ ବି ଚାଷୀଙ୍କ ଧାନ ଉଠିବ
ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ଏଗ୍ରିଷ୍ଟାକ୍ ନ ଥିଲେ ବି ଚାଷୀଙ୍କ ଧାନ ଉଠିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ଯେଉଁମାନେ ଏଗ୍ରିଷ୍ଟାକ୍ କରି ନାହାନ୍ତି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନି। ଏଗ୍ରିଷ୍ଟାକ୍ ନ ଥାଇ ବି ଚାଷୀ ନାମ ପଞ୍ଜୀକରଣ କର
Krushna Chandra Patra (File Photo)


ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ଏଗ୍ରିଷ୍ଟାକ୍ ନ ଥିଲେ ବି ଚାଷୀଙ୍କ ଧାନ ଉଠିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ଯେଉଁମାନେ ଏଗ୍ରିଷ୍ଟାକ୍ କରି ନାହାନ୍ତି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନି। ଏଗ୍ରିଷ୍ଟାକ୍ ନ ଥାଇ ବି ଚାଷୀ ନାମ ପଞ୍ଜୀକରଣ କରିପାରିଛନ୍ତି। ଆମେ ସମ୍ପୂର୍ଣ୍ଣ ଧାନ କିଣିବୁ, ଏଗ୍ରିଷ୍ଟାକ୍ ସହ କୌଣସି ସମ୍ପର୍କ ନାହିଁ। କିନ୍ତୁ ଏଗ୍ରିଷ୍ଟାକ୍ କରାଇ ନିଅନ୍ତୁ, କଲେ ଅନ୍ୟାନ୍ୟ ସୁବିଧା ମିଳିବ। ସାର, ବିହନ ଆଦି ମିଳିବ, କୃଷି ଋଣ ମଧ୍ୟ ମିଳିପାରିବ। ତେଣୁ ଜଲଦି ଏଗ୍ରିଷ୍ଟାକ୍ କରାଇ ନେବାକୁ ଚାଷୀଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande