
ଜୟପୁର, ୦୯ ନଭେମ୍ବର(ହି.ସ.) – ଜୟପୁର ବ୍ଲକ ଅନ୍ତର୍ଗତ ଧନପୁର ଗ୍ରାମ ପଂଚାୟତର ସମସ୍ତ ଗ୍ରାମବାସୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଏକତ୍ରିତ ହୋଇ ମଦ ବନ୍ଦ କରିବା ଦାବି ନେଇ ବିକ୍ଷୋଭ ପ୍ରଦଶନ କରିଛନ୍ତି କ୍ଷ ଶହ ଶହ ମହିଳା ସରପଂଚ ବଲିଭଦ୍ରା ଗାଦବା ଙ୍କ ନେତୃତ୍ୱ ରେ ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ବିକ୍ଷୋଭ ପଦର୍ଶନ କରି ଦାବିପତ୍ର ପ୍ରଧାନ କରିଛନ୍ତି।
ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଧନପୁର ପଂଚାୟତ ରେ ବିଭିନ୍ନ ସ୍ଥାମରେ ମଦ୍ୟପାନ ଓ ମଦ ବିକ୍ରି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମାଜରେ ବିଭିନ୍ନ ପ୍ରକାରର ସାମାଜିକ ସମସ୍ୟା ସୃଷ୍ଟି ହେଉଛି। ଏହାହାରା ଅନେକ ପରିବାରର ଆର୍ôଥକ ଅବସ୍ଥା ଦୁର୍ବଳ ହେବା ସହିତ ପାରିବାରିକ ଅଶାନ୍ତି, ଘରୋଇ ହିଂସା, ଦୁର୍ଘଟଣା ଓ ଯୁବପିଢ଼ିଙ୍କ ଭବିଷ୍ୟତ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ବିଶେଷକରି ଗ୍ରାମାଂଚଳର ଗରିବ ଓ ଆଦିବାସୀ ପରିବାରମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ଓ ମଦ୍ୟପାନ ଯୋଗୁଁ ପରିବାରର ରୋଜଗାରର ଏକ ବଡ଼ ଅଂଶ ନଷ୍ଟ ହେଉଥିବାରୁ ପିଲାମାନଙ୍କ ଶିକ୍ଷା, ପରିବାରର ସ୍ୱାସ୍ଥ୍ୟ ଓ ଜୀବନଧାରଣ ଉପରେ ଗଭୀର ପ୍ରଭାବ ପଡ଼ୁଛି ଓ ଜନସାଧାରଣଙ୍କ ହିତ ଓ ଏକ ସୁସ୍ଥ ସମାଜ ଗଠନ ପାଇଁ ଦାବିଗୁଡ଼ିକ ପ୍ରତି ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।
ଦାବି ଗୁଡିକ ହେଲା ଧନପୁର ପଂଚାୟତରେ ମଦମୁକ୍ତ ପରିବେଶ ସୃଷ୍ଟି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉ, ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ଉପରେ ରୋକ ଲଗାଯାଉ, ବିଦ୍ୟାଳୟ, ମନ୍ଦିର ଓ ଜନବସତି ନିକଟରେ ମଦ ବିକ୍ରି ସମ୍ପର୍କିତ ନିୟମର କଡ଼ାକଡ଼ି ଯାଂଚ କରାଯାଉ, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ନିୟମିତ ଚଢ଼ାଉ ଓ ଯାଂଚ କରାଯାଉ, ମଦ୍ୟପାନ ଅଭ୍ୟାସରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ନିଶାମୁକ୍ତ ଓ ପରାମର୍ଶ ବ୍ୟବସ୍ଥା କରାଯାଉ। ଏହି ଜନସ୍ୱାର୍ଥ ସମ୍ବଳିତ ଦାବିପତ୍ରକୁ ଗୁରୁତ୍ୱର ସହ ବିଚାର କରି ମଦମୁକ୍ତ କରିବା ଦିଗରେ ଆବଶ୍ୟକୀୟ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି