
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ବିଧାୟକ
ସୀତାଂଶୁ ଶେଖର ମହାପାତ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ
ସୂରଜ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭଦ୍ରକର ଯୁବ ଓ
କର୍ମଠ ବିଧାୟକ ତଥା ମୋର ସହଯୋଗୀ ଶ୍ରୀ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଜନ୍ମଦିନର ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ!
ମହାପ୍ରଭୁ ଶ୍ରୀ ଜଗନ୍ନାଥ
ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରାମୟ ଜୀବନ ପ୍ରଦାନ କରନ୍ତୁ। ଭଦ୍ରକର ସର୍ବାଙ୍ଗୀନ
ବିକାଶ ଏବଂ ଜନସେବା ପାଇଁ ଆପଣଙ୍କର ପ୍ରୟାସ ନିରନ୍ତର ଜାରି ରହୁ, ଏହାହିଁ
ମୋର କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା