
ଭୁବନେଶ୍ୱର, 09 ନଭେମ୍ବର (ହି.ସ.)- ପ୍ରଥମ ଭାରତୀୟ
ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ସୁବ୍ରତ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଆଇନ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ
ଭାରତୀୟ ବାୟୁସେନା ମୁଖ୍ୟ ତଥା ଭାରତୀୟ ବାୟୁସେନାର ଜନକ ଏୟାର ମାର୍ଶାଲ ସୁବ୍ରତ ମୁଖାର୍ଜୀଙ୍କ
ପୁଣ୍ୟତିଥିରେ ନମ୍ର ଶ୍ରଦ୍ଧାଞ୍ଜଳି। ଦେଶ ପାଇଁ ତାଙ୍କର ଅବିସ୍ମରଣୀୟ ଅବଦାନ ଏବଂ ସେବା ସର୍ବଦା
ପ୍ରେରଣାଦାୟୀ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା