
ଭୁବନେଶ୍ୱର,୦୯ ନଭେମ୍ବର (ହି.ସ.) - ଆଗାମୀ ପୌର ନିର୍ବାଚନରେ ଏସଇବିସି ଓ ଓବିସିଙ୍କ ପାଇଁ ସଂରକ୍ଷଣ ରହିପାରେ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି କଥାକୁ ଗୁରୁତ୍ୱ ଦେଉଛନ୍ତି। ଏସଇବିସି କମିଶନ ଗଠନ ହୋଇଛି। ସଠିକ୍ ସମୟରେ ନିର୍ବାଚନ କରିବା ନେଇ ସରକାର ଯୋଜନା କରୁଛନ୍ତି। ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ବାଚନ ପାଇଁ ସୀମା ପୁନଃଗଠନ କାମ ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା