
ଜୟପୁର , 18 ଫେବ୍ରୁଆରି (ହି.ସ.)ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ପୁଲିସ ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ଟା ସମୟରେ ବାଇପାସ ରୋଡ ନିକଟରେ ଜୟପୁର ଅଭିମୁଖେ ଦୁଇଜଣ ଏକ ବାଇକରେ ଆସୁଥିବା ସମୟରେ ଏକ ଅଜଣାଗାଡି ଧକ୍କା ଦେବା ଫଳରେ ବାଇକ ଆରୋହି ପାତ୍ରପୁଟ୍ ଅଞ୍ଚଳର ଘାଷିରାମ ଗୋଲୋରିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକରେ ଥିବା ଅନ୍ୟଜଣେ ସହଯୋଗୀଙ୍କ ପରିଚୟ ମିଳିପାରି ନାହିଁ। ମୃତ ଘାଷିରାମ ଓ ଅନ୍ୟଜଣେ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି