
ନୂଆପଡ଼ା,୧୮ ଫେବୃଆରୀ (ହି.ସ.)- ନୂଆପଡ଼ାଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାଞ୍ଚଜଣ ଏସିଡ଼୍ ମାଡ ପୀଡ଼ିତଙ୍କୁ ମଧ୍ୟବର୍ତ୍ତୀକାଳୀନ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ପ୍ରକାଶ ଥାଉକି ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତରେ ଖଡ଼ିଆଳ ଥାନା ଅନ୍ତର୍ଗତ ଏକ ଏସିଡ଼୍ ମାଡ ମକଦ୍ଦମା ବିଚାରାଧିନ ଅଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏହି ମକଦ୍ଦମାରେ ଓଡ଼ିଶା ପୀଡ଼ିତ ଅନୁକମ୍ପା ଯୋଜନା, ୨୦୧୭ ଅନ୍ତର୍ଗତ ପ୍ରତ୍ୟେକ ପୀଡ଼ିତଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ହିସାବରେ ସର୍ବମୋଟ ୭ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହି ଅନୁକମ୍ପା ରାଶିର ସଦୁପଯୋଗ କରି ନିଜ ଚିକିତ୍ସା ଓ ଜୀବିକା ନିର୍ବାହରେ ବ୍ୟୟ କରିବାକୁ ପ୍ରାଧିକରଣର ସଚିବ ନବନୀତା ଦାଶ ପୀଡ଼ିତମାନଙ୍କୁ ଉପଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ