ଓଡ଼ିଶା ଅମଲା ସଂଘ ଅଧ୍ୟକ୍ଷ ଙ୍କୁ ମଙ୍ଗଳ ବିଭାଗ ଅଧିକାରୀ ଙ୍କ ଦୁର୍ବ୍ୟବହାର ଅଭିଯୋଗ
ଜୟପୁର , 18 ଫେବ୍ରୁଆରି (ହି.ସ.)ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଅଧ୍ୟକ୍ଷ ଓ୍ବାଇ ଶ୍ରୀନିବାସ ରାଓଙ୍କୁ ମଙ୍ଗଳ ବିଭାଗ ଅଧିକାରୀ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଆଜି ରାଓ କିଛି ସୁଚନା ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀ କୋରାପୁଟ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ l ଉକ୍ତ
ଓଡ଼ିଶା ଅମଲା ସଂଘ ଅଧ୍ୟକ୍ଷ ଙ୍କୁ ମଙ୍ଗଳ ବିଭାଗ ଅଧିକାରୀ ଙ୍କ ଦୁର୍ବ୍ୟବହାର ଅଭିଯୋଗ


ଜୟପୁର , 18 ଫେବ୍ରୁଆରି (ହି.ସ.)ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଅଧ୍ୟକ୍ଷ ଓ୍ବାଇ ଶ୍ରୀନିବାସ ରାଓଙ୍କୁ ମଙ୍ଗଳ ବିଭାଗ ଅଧିକାରୀ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି ।

ଆଜି ରାଓ କିଛି ସୁଚନା ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀ କୋରାପୁଟ ଙ୍କ କାର୍ଯ୍ୟାଳୟ କୁ ଯାଇଥିଲେ l

ଉକ୍ତ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁଁ ଶ୍ରୀ ରାଓ ସେହି ବିଭାଗର କିଛି କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ l

ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଆସିବା ପରେ ତାଙ୍କ ସହିତ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ l

, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରାଓ ଙ୍କୁ ଗୁମୁସ୍ତା କହିବା ସହିତ ସମ୍ବିଧାନ କୁ ମାନିବିନି, ସମ୍ବିଧାନ କଣ ବୋଲି ପ୍ରଶ୍ନ କରିବା ସହିତ ତୁମେ ତଳ ସ୍ତରର କର୍ମଚାରି ବୋଲି କହିଥିଲେ l

ଏ ସବୁ ଶୁଣିବାପରେ ଶ୍ରୀ ରାଓ ଓଡ଼ିଶା ଅମଲା ସଂଘ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀ ଶଶୀଭୂଷଣ ଦାଶ୍ ଙ୍କୁ ଜଣେଇ ଥିବା ଶ୍ରୀ ଦାଶ୍ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି l,

ଶ୍ରୀ ଦାଶ୍ କହିଛନ୍ତି ଯେ ଜିଲ୍ଲା ମଙ୍ଗଳ ଅଧିକାରୀ କୋରାପୁଟ ଙ୍କ ନାମରେ ବିଭିନ୍ନ ପ୍ରକାରର ଅଭିଯୋଗ ରହିଥିବା ତାଙ୍କୁ ସୁଚନା ମିଳିଛି, ଜିଲ୍ଲା ମଙ୍ଗଳ ଅଧିକାରୀ ତାଙ୍କ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ନିର୍ଯ୍ୟାତନା ଦେଉଥିବା ତାଙ୍କ ଦୃଷ୍ଟି କୁ ଆସିଛି ଯେହେତୁ ଶ୍ରୀ ଦାଶ୍ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ତଥା ରାଜ୍ୟ ଉପସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଅଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ବିରୁଦ୍ଧରେ ଗୁଡ଼ାଏ ଅଭିଯୋଗ ରହିଥିବା ସେ ପ୍ରକାଶ କରିଛନ୍ତି l

ଜିଲ୍ଲାପାଳ କୋରାପୁଟ ଏ ଦିଗରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଦାଶ୍ ଅନୁରୋଧ କରିଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande