
ଭୁବନେଶ୍ୱର, 18 ଫେବୃଆରୀ (ହି.ସ.) +୨ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ +୨ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଆଶୀର୍ବାଦ।
ପରୀକ୍ଷା ହେଉଛି ତୁମମାନଙ୍କ ଜ୍ଞାନ ଓ ପରିଶ୍ରମର ଏକ ସୁନ୍ଦର ପରିପ୍ରକାଶ। ଏହାକୁ ନେଇ ମନରେ କୌଣସି ପ୍ରକାରର ଭୟ ବା ଚାପ ରଖିବାର ଆବଶ୍ୟକତା ନାହିଁ। ମନେରଖ, ପରୀକ୍ଷାକୁ ପ୍ରେସରରେ ନୁହେଁ, ବରଂ ପେସେନ୍ସ ବା ଧୈର୍ଯ୍ୟର ସହ ଗ୍ରହଣ କଲେ ହିଁ ତୁମର ପ୍ରଦର୍ଶନ ଉଚ୍ଚକୋଟୀର ହେବ। ପରୀକ୍ଷାକୁ ଏକ ବୋଝ ନୁହେଁ, ବରଂ ଏକ ଉତ୍ସବ ଭାବେ ଗ୍ରହଣ କରି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ପ୍ରଶ୍ନପତ୍ରର ସମ୍ମୁଖୀନ ହୁଅ।
ତୁମମାନଙ୍କର ଦୀର୍ଘଦିନର କଠିନ ପରିଶ୍ରମ, ଅଧ୍ୟବସାୟ ଓ ସଙ୍କଳ୍ପ ନିଶ୍ଚିତ ଭାବରେ ସଫଳତାରେ ପରିଣତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ