ଚମ୍ପୁଆରେ ବନାଞ୍ଚଳସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର
ଚମ୍ପୁଆ, 18 ଫେବ୍ରୁଆରି (ହି.ସ.) ଆଜି ଚମ୍ପୁଆ ସ୍ଥିତ ଧରଣି ଧର ନଗର ଭବନରେ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିୟାଙ୍କ ସଭାପତିତ୍ୱରେ ବନାଞ୍ଚଳସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ସମ୍ମା
ଚମ୍ପୁଆରେ ବନାଞ୍ଚଳସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର


ଚମ୍ପୁଆ, 18 ଫେବ୍ରୁଆରି (ହି.ସ.) ଆଜି ଚମ୍ପୁଆ ସ୍ଥିତ ଧରଣି ଧର ନଗର ଭବନରେ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିୟାଙ୍କ ସଭାପତିତ୍ୱରେ ବନାଞ୍ଚଳସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଶିବିର ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥିଭାବେ ଡି.ସି. ଭେ. ରାମଚନ୍ଦ୍ରମୁର୍ମୁ, କେନ୍ଦୁଝର ବନ ଖଣ୍ଡ ଏ.ସି. ଭେ. ଅଶୋକ କୁମାର ଦାସ, ଚମ୍ପୁଆ ଥାନା ଅଧିକାରୀ ସୁରୁପ କୁମାର ନାଏକ, ରଜିଆ ଗ୍ରାମପଞ୍ଚାୟତ ସରପଞ୍ଚ ସନ୍ତୋଷ ନାୟକ, କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା, ରଙ୍ଗାମାଟିଆ ସରପଞ୍ଚ ମାଧୁରୀ ନାଏକ ଓ ମୁଖ୍ୟବକ୍ତା ଭାବେ ଅଗ୍ନି ନିର୍ବାପକ ଅଧିକାରୀ ଗୌରାଙ୍ଗ ସିଂ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପାରମ୍ଭରେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପୂଜାର୍ଚ୍ଚନ କରାଯାଇଥିଲ। ଏହାପରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଭାପତି ଭାବେ ପ୍ରଥମେ ଚମ୍ପୁଆ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରୀୟା କାର୍ଯକ୍ରମର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ମୁଖ୍ୟଅତିଥି ଉପଜିଲ୍ଲାପାଳ ଉମାକାନ୍ତ ପରିଡା ତାଙ୍କ ବକ୍ତବ୍ୟରେ ସଚେତନ ହୋଇ କିପରି ଜଙ୍ଗଲରେ ଆଦୌ ନିଆଁ ନ ଲାଗିବ ଓ ନିଆଁ ଲାଗୁ ନ ଥିବା ଗାଁର ଜନସାଧାରଣଙ୍କୁ ଧନ୍ୟବାଦ ସହିତ ପୁରସ୍କୃତ କରିବାକୁ ମତ ରଖିଥିଲେ। ଠିକ ସେହିପରି ସମସ୍ତ ସମ୍ମାନିତ ଅତିଥି ପ୍ରାକୃତିକ କିମ୍ଵା କାହାରି ଦ୍ଵାରା ନିଆଁ ନ ଲାଗିବ ସେଥିପ୍ରତି ସମସ୍ତେ ସଚେତନ ହେବାକୁ ଆହ୍ଵାନ ଦେଇଥିଲେ ଓ ଜଙ୍ଗଲର ଉପକାରିତା ତଥା କିପରି ଜଙ୍ଗଲ ବିଭାଗ, ଅଗ୍ନି ନିର୍ବାପକ ବିଭାଗ ଓ ଜନସାଧାରଣ ସଚେତନ ହୋଇ ଜଙ୍ଗଲରେ ନିଆଁ ନ ଲାଗିବ କିମ୍ବା ରୋକାଯାଇ ପାରିବ ସେଥିପ୍ରତି ସମନ୍ଵୟ ରଖିଲେ ଜଙ୍ଗଲ ନଷ୍ଟ ନ ହେବା ସହିତ ଜଙ୍ଗଲଜନ୍ତୁ ସୁରକ୍ଷିତ ହୋଇ ପାରିବେ, ଔଷଧିୟ ବୃକ୍ଷ ସୁରକ୍ଷିତ ହୋଇ ପାରିବ ଓ ପରିବେଶ ଠିକ ରହି ପାରିବ ସେ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉଦୟନାଥ ହୋ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବନରକ୍ଷୀ, ବନ କର୍ମଚାରୀ, ପ୍ରତ୍ୟେକ ଗାଁର ଜଙ୍ଗଲ କମିଟି ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande