ଜୟପୁର ବ୍ଲକ କାର୍ଯ୍ୟ ବୁଲି ଦେଖିଲେ ଜିଲ୍ଲାପାଳ
ଜୟପୁର, 18 ଫେବ୍ରୁଆରି (ହି.ସ.) କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଜୟପୁର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକ ବୁଲି ଦେଖିଥିଲେ। ରାଣୀଗଡ ଗ୍ରାମୀଣ ହାଟ, ତେଲେଙ୍ଗିରି ଡ୍ୟାମ ସାଇଟ,ଭ୍ୟୁ ପଏଣ୍ଟ ବୁଲି ଦେଖିବା ସହ ତୁରୁନ୍ତ ଏନେଇ ଟୁରିଷ୍ଟ ପ୍ରୋପୋଜାଲ ଦେବାକୁ ବିଡିଓଙ୍କୁ ନିର୍ଦ୍ଧେ
ଜୟପୁର ବ୍ଲକ କାର୍ଯ୍ୟ ବୁଲି ଦେଖିଲେ ଜିଲ୍ଲାପାଳ


ଜୟପୁର, 18 ଫେବ୍ରୁଆରି (ହି.ସ.) କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଜୟପୁର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକ ବୁଲି ଦେଖିଥିଲେ। ରାଣୀଗଡ ଗ୍ରାମୀଣ ହାଟ, ତେଲେଙ୍ଗିରି ଡ୍ୟାମ ସାଇଟ,ଭ୍ୟୁ ପଏଣ୍ଟ ବୁଲି ଦେଖିବା ସହ ତୁରୁନ୍ତ ଏନେଇ ଟୁରିଷ୍ଟ ପ୍ରୋପୋଜାଲ ଦେବାକୁ ବିଡିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ। ସେହିପରି ମାଳିଗୁଡା ଟନେଲ ନିକଟରେ ରେଳ ବିଭାଗ ପକ୍ଷରୁ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଯୋଗୁଁ ତୁରନ୍ତ କାର୍ଯ୍ୟ ସାରିବାକୁ ରେଳବିଭାଗକୁ ନିର୍ଦ୍ଧେଶ ଦେଇଥିଲେ। ରେଳ ବିଭାଗର କାର୍ଯ୍ୟ ସରିବା ପରେ ମାଳିଗୁଡା ଟନେଲ ନିକଟରେ ପର୍ଯ୍ୟଟକଙ୍କ ନିମନ୍ତେ ଭ୍ୟୁ ପଏଣ୍ଟ ଏବ˚ ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ ବୋଲି କହିଥିଲେ। ପରେ ଆମ୍ବାଗୁଡା ଗ୍ରାମପଞ୍ଚାୟତ ଅଫି କ୍ୟାମ୍ପସ,ରାଣୀଗଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଯାଇ ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ସହ ବିଡିଓ ଶକ୍ତି ମହାପାତ୍ର, ସିଡିଓ ବେଣୁଧର ଶବର,ବିଜୟ କୁମାର ନନ୍ଦ, ରଞ୍ଜିତା ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟଗୁଡିକର ସଠିକ ତଦାରଖ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଧେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande