
ଜୟପୁର,, 18 ଫେବ୍ରୁଆରି (ହି.ସ.)କୋରାପୁଟ ଜିଲ୍ଲା ଜୟପୁର ଦେବତ୍ତୋର ବିଭାଗର ବରିଷ୍ଠ କର୍ମଚାରୀ ତଥା ପୁରୋହିତ କୃଷ୍ଣଚନ୍ଦ୍ର ଦାଶ (୬୯) ଆଜି ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ହୋଇଛି । ଗତ ଦୁଇଦିନ ପୂର୍ବରୁ ଶିବରାତ୍ର ପରିଚାଳନା ନିମନ୍ତେ ଗୁପ୍ତେଶ୍ବର ଯାଇ ଗତକାଲି ଫେରିଥିଲେ । ଏହିପରି ତାଙ୍କର ଶ୍ବାସଜନିତ ରୋଗ ରହିଥିବା ଯୋଗୁଁ ପ୍ରବଳ ଥଣ୍ଡା, କଫ ଓ କାଶ ପୀଡିତ ହୋଇଥିଲେ । ଆଜି ପୂର୍ବାହ୍ନ ସ୍ଥାନୀୟ ଘରୋଇ କ୍ଲିନିକ ନେଇ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇଥିଲେ । ସ୍ଥାନୀୟ ବଲ୍ଲଭ ନାରାୟଣ ମନ୍ଦିର ପରିସରରେ ରହିଥିବା ଘରରେ ବିଶ୍ରାମ ନେଉଥିବା ବେଳେ ହଠାତ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା, ଏହିପରି ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିଲା । ଏହିପରି ପ୍ରବଳ ଶ୍ବାସ ଜନିତ ରୋଗରୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଜଣେ ସରଳ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ବ ଭାବେ ଜୟପୁର ସହରରେ ସେ ପରିଚିତ ରହିଥିଲେ । ଏହିପରି ଜୟପୁର ସହରର ବିଭିନ୍ନ ହିନ୍ଦୁ ପର୍ବପର୍ବାଣି ପୂଜା ଓ ଯଜ୍ଞରେ ତାଙ୍କର ଅବଦାନ ରହୁଥିଲା । ଏହିପରି ଦଶହରା, ଦଳପୂର୍ଣ୍ଣିମା ଏବଂ ଅନ୍ୟାନ୍ୟ ପୂଜାପର୍ବରେ ତାଙ୍କର ତତ୍ବଧାନରେ ପୂଜା ଏବଂ ଅନ୍ୟାନ୍ୟ କାର୍ଯ୍ୟ ହେଉଥିଲା । ଏହିପରି ଜିଲ୍ଲା ଚିକିତ୍ସାଳୟ ଠାରେ ଶବସଂଗ୍ରକ୍ଷଣ ଗୃହରେ ତାଙ୍କ ମୃତ ଦେହ ରଖାଯାଇଥିବା ବେଳେ ପୁଅ କଟକରୁ ଏବଂ ଝିଅ ବିଶାଖପାଟଣାରୁ ଫେରିବା ପରେ ଆସନ୍ତା କାଲି ସ୍ଥାନୀୟ ସ୍ମଶାନରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ପ୍ରାପ୍ତ ହୋଇଛି । ଏହିପରି ଜିଲ୍ଲା ଚିକିତ୍ସାଳୟରେ ତାଙ୍କ ଶେଷ ଦର୍ଶନ ପାଇଁ ଦେବତ୍ତୋର ଅଧିକାରୀ ତଥା ତହସିଲଦାର ସବ୍ୟବସାଚ୍ଚୀ ଜେନା, ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସଦସ୍ୟ ମାନେ ଅନ୍ତିମ ଦର୍ଶନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି