ଦେଶର 10 ରାଜ୍ୟର 37 ରାଜ୍ୟସଭା ସିଟର ଦ୍ୱିବାର୍ଷିକ ନିର୍ବାଚନ ପାଇଁ 26 ଫେବୃୟାରୀରେ ବାହାରିବ ବିଜ୍ଞପ୍ତି, ମାର୍ଚ୍ଚ 16ରେ ମତଦାନ
ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- 10ଟି ରାଜ୍ୟର 37ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନର ଘୋଷଣା କରିଛନ୍ତି ଭାରତ ନିର୍ବାଚନ କମିଶନର। ସମସ୍ତ ଆସନ ପାଇଁ 26 ଫେବୃଆରୀରେ ଅଧିସୂଚନା ଜାରି ହେବ ଏବଂ 16 ମାର୍ଚ୍ଚରେ ମତଦାନ ହେବ। ସେହି ଦିନ ଫଳା
ଦେଶର 10 ରାଜ୍ୟର 37     ରାଜ୍ୟସଭା ସିଟର ଦ୍ୱିବାର୍ଷିକ ନିର୍ବାଚନ ପାଇଁ 26 ଫେବୃୟାରୀରେ ବାହାରିବ ବିଜ୍ଞପ୍ତି,     ମାର୍ଚ୍ଚ 16ରେ ମତଦାନ


ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- 10ଟି ରାଜ୍ୟର 37ଟି

ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନର ଘୋଷଣା କରିଛନ୍ତି ଭାରତ ନିର୍ବାଚନ କମିଶନର।

ସମସ୍ତ ଆସନ ପାଇଁ 26 ଫେବୃଆରୀରେ ଅଧିସୂଚନା ଜାରି ହେବ ଏବଂ 16

ମାର୍ଚ୍ଚରେ ମତଦାନ ହେବ। ସେହି ଦିନ ଫଳାଫଳ ମଧ୍ୟ ଘୋଷଣା କରାଯିବ।

ଆୟୋଗ ବୁଧବାର ଏକ ବିଜ୍ଞପ୍ତି

ଜାରି କରି ଏହି ସୂଚନା ଦେଇଛି। ଆୟୋଗଙ୍କ କହିବା ଅନୁସାରେ, ଏହି ସମସ୍ତ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ସମାପ୍ତ

ହେବାକୁ ଯାଉଛି।

ଏହି 37ଟି

ଆସନ ମଧ୍ୟରୁ – ମହାରାଷ୍ଟ୍ର 7ଟି ଆସନ, ଓଡ଼ିଶା- 4ଟି ଆସନ, ତାମିଲନାଡୁ- 6ଟି ଆସନ,ପଶ୍ଚିମବଙ୍ଗ- 5ଟି ଆସନ,

ଆସାମ- 3ଟି ଆସନ, ବିହାର- 5ଟି ଆସନ,

ଛତିଶଗଡ- 2ଟି ଆସନ, ହରିୟାଣା- 2ଟି ଆସନ,

ହିମାଚଳ ପ୍ରଦେଶ - 1ଟି ଆସନ, ତେଲେଙ୍ଗାନାର 2ଟି ଆସନ ସମ୍ମିଳିତ ଅଟେ।

ମହାରାଷ୍ଟ୍ର : ଡ଼ଃ ଭଗବତ କିଶନରାଓ କରାଡ଼, ଡ଼ଃ (ଶ୍ରୀମତୀ) ଫୌଜିଆ ତହସିନ ଆହମଦ ଖାନ, ପ୍ରିୟଙ୍କା

ବିକ୍ରମ ଚତୁର୍ବେଦୀ, ଶରଦଚନ୍ଦ୍ର ଗୋବିନ୍ଦରାଓ ପାୱାର, ଧୈର୍ଯ୍ୟଶୀଳ ମୋହନ ପାଟିଲ, ରଜନୀ ଅଶୋକରାଓ ପାଟିଲ, ରାମଦାସ ବାଣ୍ଡୁ ଆଠାୱଲେ।

ଓଡ଼ିଶା : ମମତା ମହୋନ୍ତ, ମୁଜିବୁଲ୍ଲା

ଖାନ, ସୁଜିତ କୁମାର, ନିରଞ୍ଜନ ବିଶି।

ତାମିଳନାଡୁ : ଏନ.ଆର୍. ଏଲଙ୍ଗୋ, ପି.

ସେଲ୍ଭରାସୁ, ଏମ. ଥମ୍ବିଦୁରଇ, ତିରୁଚି ଶିଭା,

ଡ଼ଃ କନିମୋଝି ଏନଭିଏନ ସୋମୁ, ଜି.କେ. ବାସନ।

ପଶ୍ଚିମବଙ୍ଗ: ସାକେତ

ଗୋଖଲେ, ରୀତାବ୍ରତ ବାନାର୍ଜୀ, ବିକାଶ ରଞ୍ଜନ

ଭଟ୍ଟାଚାର୍ଯ୍ୟ, ମୌସାମ ନୂର (05.01.2026 ଠାରୁ

ଖାଲି), ସୁଭ୍ରତ ବକ୍ଷୀ।

ଆସମ : ରାମେଶ୍ୱର ତେଲୀ, ଭୁବନେଶ୍ୱର

କଲିତା, ଅଜିତ କୁମାର ଭୁଇଁୟାଁ।

ବିହାର : ଅମରେନ୍ଦ୍ର ଧାରୀ ସିଂହ, ପ୍ରେମ ଚନ୍ଦ ଗୁପ୍ତା, ରାମନାଥ ଠାକୁର, ଉପେନ୍ଦ୍ର କୁଶୱାହା, ହରିବଂଶ ନାରାୟଣ ସିଂହ।

ଛତିଶଗଡ଼ : କବି ତେଜପାଲ ସିଂହ ତୁଲସୀ, ଫୁଲୋ ଦେବୀ ନେତାମ।

ହରିୟାଣା : କିରଣ ଚୌଧୁରୀ, ରାମ

ଚନ୍ଦର ଜାଙ୍ଗଡ଼ା।

ହିମାଚଳ ପ୍ରଦେଶ : ଇନ୍ଦୁ ବାଲା ଗୋସ୍ୱାମୀ।

ତେଲଙ୍ଗାନା : ଡ଼ଃ ଅଭିଷେକ ମନୁ ସିଂଘଭି, କେ.ଆର୍. ସୁରେଶ ରେଡ୍ଡି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande