ପୂର୍ବ ଫଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ
ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଭଟ୍ଟସାହି ପଂଚାୟତ ସ୍ଥିତ ପୂର୍ବ ଫଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱୟଂ ପ୍ରଭା ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି
FALAPUR NODAL SCHOOL ANNUAL FUNCTION


ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଭଟ୍ଟସାହି ପଂଚାୟତ ସ୍ଥିତ ପୂର୍ବ ଫଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ୱୟଂ ପ୍ରଭା ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବହୁ ବିଶିଷ୍ଟ ଅତିଥି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୀତାକାନ୍ତ ମିଶ୍ର, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ରତି କାନ୍ତ ନାୟକ,ସି.ଆର.ସି.ସି. ଅଭୟ ସାହୁ ଏବଂ ପୂର୍ବତନ ସି.ଆର.ସି.ସି. ନିରଞ୍ଜନ ପ୍ରଧାନ ଯୋଗ ଦେଇ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରି ଥିଲେ । ସହକାରୀ ଶିକ୍ଷକ ପଙ୍କଜ କୁମାର ସାମଲ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ । ସ୍ୱାଗତ ଭାଷଣ ଶିକ୍ଷୟତ୍ରୀ ପ୍ରତିଜ୍ଞା ଜେନା ଏବଂ ପରିଚାଳନା କମିଟି ସଭାପତି ଦୋଳ ଗୋବିନ୍ଦ ପୃଷ୍ଟି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଶିକ୍ଷକ ସୁବ୍ରତ ଧଳ, ଜନପ୍ରିୟା ମାଝି, ବିନୋଦ ମଲିକ, ଦୁର୍ଗା ଚରଣ ସାହୁ ଏବଂ ବିଜୟ ଦାସ ପ୍ରମୁଖ କାର୍ଯ୍ୟକ୍ରମ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଉନ୍ନତି ଓ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସଭା ସାଙ୍ଗ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande