ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ
ଭୁବନ,୧୮ ଫେବ୍ରୃଆରୀ(ହି.ସ.) - ଢେଙ୍କାନାଳ ଜିଲ୍ଲା ଭୁବନ ବନାଂଚଳ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ଜଙ୍ଗଲ ନିଆଁ ପ୍ରତିରୋଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନ ବନାଂଚଳ ଅଧିକାରୀ ରାକେଶ ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ


ଭୁବନ,୧୮ ଫେବ୍ରୃଆରୀ(ହି.ସ.) - ଢେଙ୍କାନାଳ ଜିଲ୍ଲା ଭୁବନ ବନାଂଚଳ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତରଫରୁ ଜଙ୍ଗଲ ନିଆଁ ପ୍ରତିରୋଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନ ବନାଂଚଳ ଅଧିକାରୀ ରାକେଶ ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ୱାଳ, ବିଦ୍ୟୁତ ବିଭାଗ ଆସିଷ୍ଟାଂଟ ମ୍ୟାନେଜର ନଳିନୀ ଶଙ୍କର ରଥ,ଭୁବନ ବନପାଳ ଶ୍ରୀମତୀ କଳ୍ପନା ବେହେରା, ଜିରାଳ ବନପାଳ କବିତା ବିଶ୍ୱାଳ,ଫରେଷ୍ଟ ଗାର୍ଡ ତୁଳସୀ ସାହୁ ଅତିଥି ଭାବେ ଯୋଗଦେଇ ଆଗାମୀ ଗ୍ରୀଷ୍ମ ରୁତୁକୁ ଦୃଷ୍ଟିରେ ରଖି କିପରି ଜଙ୍ଗଲ ଅବକ୍ଷୟ, ଚୋରି ଓ ନିଆଁ ଲାଗି ନଷ୍ଟ ହେଉଥିବା ଜଙ୍ଗଲର ସୁରକ୍ଷା ହୋଇ ପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଶେଷ କରି ଅଗ୍ନି ଦାଉରୁ କିପରି ଜଙ୍ଗଲକୁ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜଙ୍ଗଲ ଆମ ସମ୍ପତି,ଭବିଷ୍ୟତ ପାଇଁ ଲୋଡା ନିହାତି ଜଙ୍ଗଲ ସମ୍ପଦ ପୋଡିବା ନାହିଁ, ବନଜାତ ଜାତ ଦ୍ରବ୍ୟ ମିଳିବ ନାହିଁ ବୋଲି ସଚେତନ କରିଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମରେ ବନବିଭାଗର ସମସ୍ତ କର୍ମଚାରୀଙ୍କ ସହିତ ସମେତ ବନ ସୁରକ୍ଷା ସମିତି ( ବିଏସଏସ) ର ସଭାପତି ଏବଂ ସମ୍ପାଦକ ମାନେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande