ଘସିପୁରା ବ୍ଲକ କଂଗ୍ରେସ ସମାବେଶ -ନିରଞ୍ଜନ
ଘଟଗାଁ ୧୮ଫେବୃଆରୀ(ହିସ) ଦେଶର ଗରିବ, କୃଷକ, ଶ୍ରମିକ, ମହିଳା ଓ ଯୁବକ କଥା କେହି ବୁଝୁ ନାହାନ୍ତି । କେବଳ ପୂର୍ବ କଂଗ୍ରେସ ସରକାରଙ୍କ ଯୋଜନା ଗୁଡିକର ଏ ସରକାର ନାମ ପରିବର୍ତନ କରି ଚାଲିଛନ୍ତି । ଯୁବଗୋଷ୍ଠୀ ଦେଶରେ ସୁସ୍ଥ ସରକାର ଗଠନ କରିପାରିବେ ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପ
ଘସିପୁରା ବ୍ଲକ କଂଗ୍ରେସ ସମାବେଶ ସୁସ୍ଥ  ସରକାର ଗଠନ ଯୁବସମାଜ ଙ୍କ  ହାତରେ-ନିରଞ୍ଜନ


ଘଟଗାଁ ୧୮ଫେବୃଆରୀ(ହିସ) ଦେଶର ଗରିବ, କୃଷକ, ଶ୍ରମିକ, ମହିଳା ଓ ଯୁବକ କଥା କେହି ବୁଝୁ ନାହାନ୍ତି । କେବଳ ପୂର୍ବ କଂଗ୍ରେସ ସରକାରଙ୍କ ଯୋଜନା ଗୁଡିକର ଏ ସରକାର ନାମ ପରିବର୍ତନ କରି ଚାଲିଛନ୍ତି । ଯୁବଗୋଷ୍ଠୀ ଦେଶରେ ସୁସ୍ଥ ସରକାର ଗଠନ କରିପାରିବେ ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ନ୍‌ତି । ଘଷିପୁରା ବ୍ଲକ୍ ଅନ୍ତର୍ଗତ ସାଇଁକୂଳ ଦୁର୍ଗା ପଡ଼ିଆ ଠାରେ ଘସିପୁରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲା କଂଗ୍ରେସ ଉପସଭାପତି ସୁବ୍ରତ କୁମାର ଚକ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ

ନୂତନ ବ୍ଲକ କଂଗ୍ରେସ ସଭାପତି ତ୍ରିଲୋଚନ ପରିଡାଙ୍କ ସଭାପତିତ୍ୱ କରିଥିବା ବେଳେ ଜ଼ିଲ୍ଲା କର୍ମକର୍ତ ଓ ବ୍ଲକ ସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ପୂର୍ବତନ ବ୍ଲକ ଅଧକ୍ଷ ଚତୃର୍ଭୁଜ ନାୟକ,ଜ଼ିଲ୍ଲା କଂଗ୍ରେସ ଉପସଭାପତି ଚିତରଞ୍ଜନ ପାତ୍ର, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, କେନ୍ଦୁଝର ସଦର ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ରାଉତ, ଜ଼ିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଜେନା, ବରିଷ୍ଠ କଂଗ୍ରେସ ନେତା ମନୋଜ ସ୍ୱାଇଁ, ରୁନା ଚକ୍ର, ନିରାକାର ସାହୁ,ବୃନ୍ଦାବନ ଜେନା, ନିରାକାର ରାଉତ, ମାଧ ସାହୁ, ବିପିନ ମାଝୀ, ଦୀପକ ମାଝୀ, ଚିତରଞ୍ଜନ ପରିଡା, ସଞ୍ଜୟ ଚକ୍ର, କୁଳମଣି ବାରିକ, ରମାକାନ୍ତ ନାୟକ, ରଂଜିତ ମାଝୀ,ଅଜୟ ଚକ୍ର, କୈଳାଶ ବେହେରା, ଦେବବ୍ରତ ପଟ୍ଟନାୟକ,ସିରମଣି ସାହୁ,ବଳରାମ ବେହେରା, ସୋମନାଥ ଧୀର, କୃଷ୍ଟଚନ୍ଦ୍ର ନାୟକ, ବିଶୁ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଜ଼ିଲ୍ଲା କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ତାରିଣୀ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande