ଆଜିଠାରୁ ମାଟ୍ରିକ ପରୀକ୍ଷା
ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଗୁରୁବାର ଠାରୁ ମାଟ୍ରିକ ପରୀକ୍ଷା। ଜୟପୁର ଓ ପୌରାଂଚଳର ୧୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୨୭୦୩ ପରୀକ୍ଷାର୍ଥୀ। ସ୍ଥାନୀୟ ଆଂଚଳିକ ବୋର୍ଡ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଆସନ୍ତା କାଲି ଅର୍ଥାତ ୧୯ ତାରିଖ ପୂର୍ବାହ୍ନ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ପ୍ରଥମ
ଆଜିଠାରୁ ମାଟ୍ରିକ ପରୀକ୍ଷା


ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ଗୁରୁବାର ଠାରୁ ମାଟ୍ରିକ ପରୀକ୍ଷା। ଜୟପୁର ଓ ପୌରାଂଚଳର ୧୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୨୭୦୩ ପରୀକ୍ଷାର୍ଥୀ। ସ୍ଥାନୀୟ ଆଂଚଳିକ ବୋର୍ଡ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଆସନ୍ତା କାଲି ଅର୍ଥାତ ୧୯ ତାରିଖ ପୂର୍ବାହ୍ନ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ପ୍ରଥମ ଭାଷା ପରୀକ୍ଷା ହେବ। ସରକାରୀ ବାଳିକା ବିଦ୍ୟାଳୟ ନୋଡାଲ କେନ୍ଦ୍ରରୁ ୬ରୁ ସାଢେ ୬ଟା ସୁଦ୍ଧା ପ୍ରଶ୍ନପତ୍ର ଓ ଉତରଖାତା ନେଇ ପରୀକ୍ଷାକେନ୍ଦ୍ରକୁ ସ୍ୱତନ୍ତ୍ର ଟିମ ଯିବେ। ୮ଟା ସୁଦ୍ଧା ପ୍ରତ୍ୟେକ କେନ୍ଦ୍ରରେ ପ୍ରଶ୍ନପତ୍ର ପହଁଚାଇବା ପାଇଁ ନିର୍ଦ୍ଧେଶ ଦିଆଯାଇଛି। ପରୀକ୍ଷା ଶେଷ ହେବା ପରେ ପ୍ରଶ୍ନପତ୍ର ଓ ଉତରଖାତା ସଂଗଗ୍ରହ କରି ନୋଡାଲ କେନ୍ଦ୍ରକୁ ଅଣାଯିବ।

ଏବର୍ଷ କୋରାପୁଟ ଜିଲ୍ଲାରେ ୧୮ହଜାର ୩୦୮ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରିକ୍ଷା ଦେବେ। ସେ ଭିତରୁ ରେଗୁଲାରରେ ୧୮ ହଜାର ୧୬୭, ଏକ୍ସରେଗୁଲାରରେ ୧୧୭, ୧୪ ଜଣ ମଧ୍ୟମା ଓ ପତ୍ର ବିନିମୟରେ ପରୀକ୍ଷା ଦେବେ ୧୦ଜଣ ପିଲା। ସେମାନଙ୍କ ଲାଗି ୮୭ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ରହିଛି। ପ୍ରଶ୍ନପତ୍ର ଓ ଉିରଖାତା ସୁରକ୍ଷିତ ରଖିବା ଲାଗି ବନ୍ଧୁଗାଁ, ଦଶମନ୍ତପୁର, ସେମିଳିଗୁଡା, କୁନ୍ଦୁରା, ନାରାୟଣପାଟଣା, ପଟ୍ଟାଙ୍ଗି,ଲମତାପୁଟ, ପାଡୁଆ, ଲକ୍ଷ୍ମୀପୁର, କୋଟପାଡ, ବୈପାରିଗୁଡା, କୋରାପୁଟ, ଜୟପୁର ଓ ବୋରିଗୁମ୍ମା ରେ ନୋଡାଲ କେନ୍ଦ୍ର କରାଯାଇଛି ବୋଲି ଡେପୁଟି ବୋର୍ଡ ନିର୍ଦ୍ଧେଶକ ଶଙ୍କର ନାୟକ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande