ଏଆଇ, ସ୍ୱଚ୍ଛ ଉର୍ଜା ଓ ଅନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧ ପାଇଁ ଭାରତ-କ୍ରୋଏସିଆ ଆଲୋଚନା
ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍‌ର ସନ୍ଦର୍ଭରେ କ୍ରୋଏଶିସିଆର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍ ପ୍ଲେଙ୍କୋଭିଚଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ ଓ କ୍ରୋଏଶିଆ ମଧ୍ୟରେ ସମ୍ପର୍କକୁ ଆହୁର
କ୍ରୋଏସିଆ


ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍‌ର

ସନ୍ଦର୍ଭରେ କ୍ରୋଏଶିସିଆର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ୍ ପ୍ଲେଙ୍କୋଭିଚଙ୍କ ସହ ଦ୍ୱିପାକ୍ଷିକ

ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ ଓ କ୍ରୋଏଶିଆ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବା

ସହିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସୂଚନା ଓ ସଂଚାର ପ୍ରଯୁକ୍ତି,

ନବୋନ୍ମେଷ

ଏବଂ ପରିଷ୍କାର ଶକ୍ତି ପରି ନୂତନ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା କରିଛନ୍ତି।

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ଏକ୍ସ ପୋଷ୍ଟରେ କହିଛନ୍ତି,

ଉଭୟ

ନେତା ଭାରତ-ୟୁରୋପିୟ ସଂଘ ମୁକ୍ତ ବ୍ୟାପାର ସମ୍ଝୋତାକୁ ଶୀଘ୍ର ଲାଗୁ କରିବା ପାଇଁ କାମ କରିବାରେ

ସମ୍ମତି ପ୍ରକାଶ କରିଛନ୍ତି। ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦି କ୍ରୋଏଶିଆର ଲୋକମାନଙ୍କ

ମଧ୍ୟରେ ଭାରତୀୟ ସଂସ୍କୃତି, ବିଶେଷକରି ଇଣ୍ଡୋଲୋଜି,

ଯୋଗ ଓ

ଆୟୁର୍ବେଦ ପ୍ରତି ଗଭୀର ରୁଚିକୁ ପ୍ରଶଂସା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande