
ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍ର
ସନ୍ଦର୍ଭରେ ସର୍ବିଆର ରାଷ୍ଟ୍ରପତି ଏଲେକ୍ସାଣ୍ଡର ଭୁଚିଚ୍ଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି।
ଉଭୟ ନେତା ଭାରତ ଓ ସର୍ବିଆ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉପରେ ଜୋର ଦେଇଥିଲେ।
ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ଏକ୍ସ ପୋଷ୍ଟରେ ଏହି ଦ୍ୱିପାକ୍ଷିକ ଆଲୋଚନା
ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ
ସମିଟ୍ରେ ଅଂଶଗ୍ରହଣ ପାଇଁ ଏଠାରେ ଆସିଥିବା ସର୍ବିଆର ରାଷ୍ଟ୍ରପତି ଏଲେକ୍ସାଣ୍ଡର ଭୁଚିଚ୍ଙ୍କ
ସହ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମିଳନୀର ସନ୍ଦର୍ଭରେ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି।
ସେ କହିଛନ୍ତି ଯେ, ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ
ରାଷ୍ଟ୍ରପତି ଆଲେକ୍ସାଣ୍ଡର ଦୁଇ ଦେଶ ମଧ୍ୟରେ ବ୍ୟାପାର ଓ ପୁଞ୍ଜିନିବେଶ କ୍ଷେତ୍ରରେ ସହଯୋଗକୁ
ଆହୁରି ଗଭୀର କରିବା, କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଆର୍ଥିକ ପ୍ରଯୁକ୍ତି,
ଶିକ୍ଷା,
କୃଷି,
ପର୍ଯ୍ୟଟନ
ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ
ଉଭୟ ନେତା ଆପସୀକ ହିତ ସମ୍ପର୍କିତ କ୍ଷେତ୍ରୀୟ ଓ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା
କରିଛନ୍ତି।
ସେ କହିଛନ୍ତି ଯେ, ଭାରତ ଓ ସର୍ବିଆ ମଧ୍ୟରେ ଦୀର୍ଘଦିନରୁ ଦ୍ୱିପକ୍ଷୀୟ
ସମ୍ପର୍କ ରହିଛି। ଆମ ସମ୍ପର୍କ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ନିକଟତାର ଉପରେ ଆଧାରିତ। ଉଭୟ
ନେତା ଏହି ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା