
କେନ୍ଦୁଝର, 18 ଫେବ୍ରୁଆରି (ହି.ସ.)
କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ବାମେବାରୀ ଥାନା ଅନ୍ତର୍ଗତ ପଳସା ସଂରକ୍ଷୀତ ଜଙ୍ଗଲରୁ ଚୋରା ଲୁହା ପଥର ବୋଝେଇ ବେଳେ ପୋଲିସ ଚଢ଼ାଉ କରି ଜଣେ ଖଣି ମାଫିଆ କୁ ଗିରଫ କରିଛି। ତେବେ ଚୋରା ଲୁହାପଥର ଚାଲାଣ ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନେ ପୋଲିସ ଆଖୂରେ ଧୂଳି ଦେଇ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ ପଳସା ସଂରକ୍ଷୀତ ଜଙ୍ଗଲରେ କିଛି ଖଣି ମାଫିଆ ବେଆଇନ ଭାବେ ଲୁହାପଥର ଉତ୍ତୋଳନ କରି ଚୋରା ଚାଲାଣ ନିମନ୍ତେ ଟ୍ରକରେ ବୋଝେଇ କରୁଥିବା ଖବର ପାଇ ବାମେବାରୀ ପୋଲିସ ସେଠାରେ ଚଢ଼ାଉ କରିଥିଲେ। ତେବେ ଖଣି ମାଫିଆ ମାନେ ଲୋଡ଼ର ମେସିନ ଓ ଗାଡି ଛାଡି ସେଠାରୁ ଫେରାର ହୋଇ ଯାଇଥିବା ବେଳେ ଜଣେ ଖଣି ମାଫିଆ କୁ ଧରିବାରେ ସଫଳ ହୋଇଥିଲେ।
ଗିରଫ ଅଭିଯୁକ୍ତ ଜଣକ ହେଲେ ବାମେବରୀ ଥାନା ଅନ୍ତର୍ଗତ କାଟୁପାଲି ଗ୍ରାମର ମହେନ୍ଦ୍ର ବେହେରା।
ପୋଲିସ ଘଟଣା ସ୍ଥଳରୁ ଗୋଟିଏ ୧୬ ଚକିଆ ଚୋରା ଲୁହାପଥର ବୋଝେଇ ଟ୍ରକ(ଇୟୁ ପି ୪୪ ବି ଟି ୨୯୪୧) ଗୋଟିଏ ଲୋଡ଼ର ମେସିନ( ଓ ଡି ୦୯ ଇ ୧୪୧୦)ଓ ଚୋରା ଲୁହାପଥର କାରବାର ରେ ବ୍ୟବହୃତ ସ୍କୋର୍ପିଓ(ଓ ଡି ୦୯ ଭି ୨୦୮୫) କୁ ଜବଦ କରିଛି। ବମେବରୀ ଥାନା ଏସ୍ ଆଇ ରତନ ଭୋଇ ଙ୍କ ନେତୃତ୍ବ ରେ ଏକ ୭ ଜଣିଆ ପୋଲିସ ଟିମ ଏହି ଚଢ଼ାଉ କରିଥିଲେ । ତେବେ ଏହି ଘଟଣା ରେ ସମ୍ପୂକୁ ସମସ୍ତ ଖଣି ମାଫିଆ ଖୁବ ଶୀଘ୍ର ଧରା ପଡିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA