ପୁନର୍ବାସ ପକ୍ଷରୁ ପାରା କ୍ରୀଡାବିତ୍‌ଙ୍କୁ ପ୍ରୋତ୍ସାହନ
କେନ୍ଦ୍ରାପଡା, 18 ଫେବ୍ରୁଆରି (ହି.ସ.)ନିକଟରେ ସାଉଦି ଆରବର ରିଆଦ୍ଠାରେ ସମାପିତ ହୋଇଥିବା ବିଶ୍ୱ ଗ୍ରାଣ୍ଡ୍ ଟିକ୍ସ ପାରାକ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜିତ ଚାନ୍ଦଙ୍କୁ ପୁନର୍ବାସ ପକ୍ଷରୁ ସମ୍ବର୍ଦ୍ଧନା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ସ୍ଥା
ପୁନର୍ବାସ ପକ୍ଷରୁ ପାରା କ୍ରୀଡାବିତ୍‌ଙ୍କୁ ପ୍ରୋତ୍ସାହନ


କେନ୍ଦ୍ରାପଡା, 18 ଫେବ୍ରୁଆରି (ହି.ସ.)ନିକଟରେ ସାଉଦି ଆରବର ରିଆଦ୍ଠାରେ ସମାପିତ ହୋଇଥିବା ବିଶ୍ୱ ଗ୍ରାଣ୍ଡ୍ ଟିକ୍ସ ପାରାକ୍ରୀଡା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜିତ ଚାନ୍ଦଙ୍କୁ ପୁନର୍ବାସ ପକ୍ଷରୁ ସମ୍ବର୍ଦ୍ଧନା ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ସ୍ଥାନୀୟ ମାଧପୁରସ୍ଥିତ ପୁନର୍ବାସ କାର‌୍ୟ୍ୟାଳୟର ଥେରାପି କେନ୍ଦ୍ରରେ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ଅତିଥି ରୂପେ ଯୋଗଦେଇ ବର୍ଷୀୟାନ ଚିକିତ୍ସକ ଡାକ୍ତର ବିଶ୍ଵପ୍ରକାଶ କାନୁନ୍ଗୋ,ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ପ୍ରମୁଖ ଯୋଗଦେଇ ସଫଳ ଆନ୍ତର୍ଜାତିକ ପାରାକ୍ରୀଡ଼ାବିତ୍ ରଞ୍ଜିତଙ୍କୁ ପୁଷ୍ପଗୁଚ୍ଛ ଓ ପ୍ରୋତ୍ସାହନ ରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ରଞ୍ଜିତ ଏହି ବିଶ୍ୱ ଗ୍ରାଣ୍ଡଟିକ୍ସ ଖେଳର ଜାଭେଲିନ୍ ଥ୍ରୋ ବିଭାଗରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ବିଶ୍ୱ ଆବିଲିଟି ସ୍ପୋର୍ସ ପ୍ରତିଯୋଗିତାର ଏହି ବିଭାଗରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ । ଏହି ଅବସରରେ ଗରଦପୁର ବ୍ଲକ ପୁଣ୍ଡିଲୋ ଗ୍ରାମର ଉଚ୍ଚଶିକ୍ଷିତ ଦିବ୍ୟାଙ୍ଗ ଯୁବକ ରାଜକୁମାର ଜେନାଙ୍କୁ ସ୍ୱାବଲମ୍ବୀ ଜୀବନ ନିର୍ବାହନ ପାଇଁ ଏକ ଡେ଼କ୍ସଅପ୍ କମ୍ପ୍ୟୁଟର ସେଟ୍ ପୁନର୍ବାସ ପକ୍ଷରୁ ଅତିଥିମାନେ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସହ ସମ୍ପାଦକ ବଂଶୀଧର ମହାନ୍ତି କାର‌୍ୟ୍ୟକ୍ରମ ସୂଚନା ପ୍ରଦାନ କରିଥିଲେ । ସ୍ବପ୍ନାଂଶୁ କୁମାର ଦାସ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande