ଜିଲ୍ଲା ସ୍ତରୀୟ ଗାଁ ସମିତି, ଜନ ଆରୋଗ୍ୟ ସମିତି ଓ ହିଳା ଆରୋଗ୍ୟ ସମିତି ସମ୍ମିଳନୀ
କେନ୍ଦ୍ରାପଡା, 18 ଫେବ୍ରୁଆରି (ହି.ସ.) କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭଵନ କେନ୍ଦ୍ରାପଡ଼ାଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଆଜିର କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର
---------------ଜିଲ୍ଲା ସ୍ତରୀୟ ଗାଁ ସମିତି, ଜନ ଆରୋଗ୍ୟ ସମିତି ଓ ହିଳା ଆରୋଗ୍ୟ ସମିତି ସମ୍ମିଳନୀ


କେନ୍ଦ୍ରାପଡା, 18 ଫେବ୍ରୁଆରି (ହି.ସ.)

କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭଵନ କେନ୍ଦ୍ରାପଡ଼ାଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଜ୍ଝ ଆଜିର କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର ଆୟର ଯୋଗ ଦେଇଥିଲେ ଜ୍ଝ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼, ମନୋରଞ୍ଜନ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଅଧ୍ୟକ୍ଷ ଡ଼.କିଶୋର ଚନ୍ଦ୍ର ମିଶ୍ର,ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସଚ୍ଚିଦାନନ୍ଦ ମିଶ୍ର ଏବଂ ଶ୍ୟାମ ସୁନ୍ଦର ଟୁଡୁ, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ମେଡିକାଲ ଅଧିକାରୀ ନିରଞ୍ଜନ କର, ଏନଏଚଏମ ଡିପିଏମ ଡ଼. ମନୋରଞ୍ଜନ ସାହୁ, ଆର୍ଥିକ ଅଧିକାରୀ ଆଶୁତୋଷ ତ୍ରିପାଠୀଙ୍କୁ ମଂଚରେ ସମ୍ମାନିତ କରା ଯାଇଥିଲା । କାର‌୍ୟ୍ୟକ୍ରମରେ ୨୦୨୫-୨୬ ପାଇଁ ଡେରାବିଶର ନିରୁପମା ସେଠୀ, ଆଳି ବ୍ଲକର ସରସ୍ୱତୀ ମଲ୍ଲୀକ, ଇନ୍ଦୁପୁର ପାଇଁ କାନ୍ତିପ୍ରଭା ନାୟକ, ମହାକାଳପଡ଼ା ପାଇଁ କାଦମ୍ବିନୀ ଖଟୁଆ, ମାର୍ଶାଘାଇ ପାଇଁ କବିତା ନାୟକ, ପାଟକୁରା ଝରଣା ମହାନ୍ତି, ରାଜନଗର କବିତା ରାଉତ, ରାଜକନିକା ମମତା ନାୟକ, ପଟ୍ଟାମୁଣ୍ଡାଇ ଲଜ଼ାରାଣୀ ପଣ୍ଡା, କେନ୍ଦ୍ରାପଡ଼ା ସହରାଞ୍ଚଳ ପାଇଁ ଅମ୍ବିକାବାଳା ନାଥଙ୍କୁ ଶ୍ରେଷ୍ଠ ଆଶା ଭାବେ ସମ୍ବର୍ଦ୍ଧନା ଦିଆଯାଇଛି ଜ୍ଝ ଅତିଥି ମାନେ ତୃଣମୂଳ ସ୍ତରରେ ଆଶା ଏବଂ ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିଥିଲେ ଜ୍ଝ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନସାଧାରଣ ଏବଂ ପ୍ରଶାସନ କ୍ଷେତ୍ରରେ ଉତ୍ତମ ସମନ୍ଵୟ ରକ୍ଷା କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଲ୍ଲାକୁ ଏକ ସୁଦୃଢ ଜିଲ୍ଲାରେ ପରିଣତ କରିବାକୁ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସମସ୍ତେ ପ୍ରଶଂସା କରିଛନ୍ତି ଜ୍ଝ ଡେପୁଟି ମ୍ୟାନେଜର ଡ଼. ସୁକାନ୍ତ କୁମାର ପ୍ରଧାନ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଜ୍ଝ ଭାବଗ୍ରାହୀ କଳା ନିକେତନ ପକ୍ଷରୁ ନୃତ୍ୟ, ସଙ୍ଗୀତ ପରିବେଷଣ କରା ଯାଇଥିଲା । ୯ଟି ବ୍ଲକର ସିିଡିପିଓ ମାନଙ୍କୁ ସମ୍ନାନିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande