
ଘଟଗାଁ ୧୮ ଫେବୃଆରୀ(ହିଁ ସ) : ଘଷିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ ଆଦିବାସୀ ଗ୍ରାମ ଦଲକୀ ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ଭାଇ ଭଉଣୀମାନଙ୍କୁ ଅବଗତ କରାଇଥିଲେ କୃଷି ଅଧିକାରୀ ମନେ । ଅନେକ ସମୟରେ ସରକାରଙ୍କ କୃଷି ଉପରେ ଥିବା ବିଭିନ୍ନ ଯୋଜନା ଆଦିବାସୀ ଭାଇ ଭଉଣୀ ମାନେ ଜାଣି ପରିନଥାନ୍ତି। ସେଥିପାଇଁ ଆଦିବାସୀ ଗ୍ରାମରେ କୃଷି ବିଭାଗ ପକ୍ଷରୁ ଚାଷ କିପରି କରିବେ । କେଉଁ କେଉଁ ଚାଷକରି ଉପକୃତ ହୋଇପାରିବେ ସେ ସମ୍ପର୍କରେ ମଣ୍ଡି ପର୍ଯ୍ୟବେକ୍ଷକ ଶକ୍ତି ପ୍ରସାଦ ମିଶ୍ର, ପ୍ରାଣୀ ଚିକିତ୍ସକ ଡ ଶିବ ପ୍ରସାଦ ନାୟକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅର୍ଜନା ବେହେରା, ଉଦ୍ୟାନ ସମ୍ପ୍ରସରଣ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ, ୧୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ମଧୁସ୍ମିତା ଦାସ ,ବ୍ଲକ ପ୍ରକଳ୍ପ ସଂଯୋଜକ ଅଶ୍ଵନି କୁମାର ଦାସ ଯୋଗ ଦେଇ ଆଦିବାସୀ ଚାଷୀ ଭାଇ ଭଉଣୀ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ