କୃଷକ ପଂଜିକରଣ ଉପରେ ସଚେତନତା କାର୍ଯ୍ୟକ୍ରମ
ଜୟପୁର, 18 ଫେବ୍ରୁଆରି (ହି.ସ.) - ଏମ. ଏସ. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁର ଦ୍ଵାରା ଆନ୍ତର୍ଜାତୀୟ ମହିଳା କୃଷକ ବର୍ଷ ୨୦୨୬ ପାଳନ ଅବସରରେ କୋରାପୁଟ ବ୍ଲକ ର ଦେବୀଘାଟ ଗ୍ରାମରେ ମହିଳା ଚାଷୀମାନଙ୍କର କୃଷକ ପଂଜିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ର
କୃଷକ ପଂଜିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ


ଜୟପୁର, 18 ଫେବ୍ରୁଆରି (ହି.ସ.) - ଏମ. ଏସ. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ, ଜୟପୁର ଦ୍ଵାରା ଆନ୍ତର୍ଜାତୀୟ ମହିଳା କୃଷକ ବର୍ଷ ୨୦୨୬ ପାଳନ ଅବସରରେ କୋରାପୁଟ ବ୍ଲକ ର ଦେବୀଘାଟ ଗ୍ରାମରେ ମହିଳା ଚାଷୀମାନଙ୍କର କୃଷକ ପଂଜିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ବ୍ଲକର ବିଭିନ୍ନ ଗ୍ରାମରୁ ପ୍ରାୟ ୧୦୦ ଜଣ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ। ହେମନ୍ତ କୁମାର ପଢ଼ିହାରୀ, କୃଷି ଜିଲ୍ଲା ଅଧିକାରୀ, କୋରାପୁଟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାଷୀ ମାନଙ୍କୁ ସରକାରଙ୍କର ୧୧୦ ପ୍ରକାର ପ୍ରକଳ୍ପ ତଥା ବିଶେଷକରି ମହିଳା ମାନଙ୍କର ଚାଷୀ ପଂଜିକରଣର ଗୁରୁତ୍ୱତା, ସମସ୍ତ ପ୍ରକଳ୍ପରେ ସେମାଙ୍କର ସାମିଲ, କୃଷକ ହେଲ୍ପଲାଇନ ଯୋଗାଯୋଗ ନମ୍ବର, କୃଷି ବୀମା ଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ତତ ସହିତ ଅନ୍ୟ ଅଥିଥି ଭାବରେ ମହୀପାଳସିଂ ମଣ୍ଡଳ, ବିଧାୟକ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଚାଷୀମାନଙ୍କର ପରିଚୟ ଓ ସଂମାନ ଉପରେ ଆଲୋଚନା କରିଥିଲେ। ତାଙ୍କ ସହ ଶ୍ରୀମତୀ ସବିତା ପ୍ରଧାନ, ମହିଳା ମଂଚ ସଭାପତି ଏବଂ ଶ୍ରୀମତୀ ଅନୁପମା ବାରିକ, କୋରାପୁଟ ମଣ୍ଡଳରୁ ଉପସ୍ଥିତ ହୋଇ ମହିଳା ଚାଷୀମାନଙ୍କର ଅବଦାନ ଅତୁଳନୀୟ କହି ଉତ୍ସାହ ପ୍ରଦାନ କରିଥିଲେ। ଏଥିରେ ଚିର ସବୁଜ ବିପ୍ଲବର ଜନକ ପ୍ରଫେସର ଏମ. ଏସ. ସ୍ୱାମୀନାଥନଙ୍କର ଚିର ସବୁଜ ବିପ୍ଲବର ଦର୍ଶନର ଏକ ମୁଖ୍ୟ ବିଷୟବସ୍ତୁ ହେଲା ମହିଳା କୃଷକ ମାନଙ୍କର ଉନ୍ନତି ତଥା ଦେଶର ସମସ୍ତ ସୁବିଧା ସୁଯୋଗରେ ସେମାଙ୍କୁ ଅଗ୍ରାଧିକାର ଦେବା ବିଷୟରେ ଅନୁଷ୍ଠାନର କର୍ମୀ ଶ୍ରୀମତୀ ସୁରଜିତା କୁମାରୀ ତୁରୁକ ଆଲୋଚନା କରିଥିଲେ। କୃଷି ବିଭାଗରୁ ଶ୍ରୀ ରାଜେନ୍ଦ୍ର ପାଳ କୃଷକ ପଞ୍ଜିକରଣ ପ୍ରକ୍ରିୟା ନିମନ୍ତେ ଆବଶ୍ୟକୀୟ ନଥିପତ୍ର ଏବଂ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ସର୍ବଶେଷରେ ଅନୁଷ୍ଠାନର ସଂଯୋଜକ ଶ୍ରୀ ନିରଞ୍ଜନ ଗୌଡ଼ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଦେଇ ଏହି ଭଳି ପଦକ୍ଷେପ ଏବଂ ସଚେତନ କାର୍ଯ୍ୟକ୍ରମ ତୃଣମୂଳରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆବଶ୍ୟକ ବୋଲି କହି ସଭାକୁ ସାଙ୍ଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande