
ଜୟପୁର, , 18 ଫେବ୍ରୁଆରି (ହି.ସ.) କୋରାପୁଟ ଜିଲ୍ଲା ଜୟପୁର ପୌରସଂସ୍ଥାର ଆଜି ଏକ ସ୍ବତନ୍ତ୍ର ଜରୁରୀକାଳିନ ବୈଠକ ଜୟପୁର ପୌରସଂସ୍ଥାର ସଭାଗୃହ ଠାରେ ମଧ୍ୟାହ୍ନ ସାଢେ ୧୨ ଟା ସମୟରେ ଅନୁଷ୍ଠିତ ହୋଇଥିଲା । ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତରା ଅନୁଷ୍ଠିତ ଏହି ସ୍ବତନ୍ତ୍ର ବୈଠକକର ପ୍ରାରମ୍ଭରୁ ସହରର ଉନ୍ନତୀମୂଳକ କାର୍ଯ୍ୟ ବନ୍ଦ ରହିଥିବା ନେଇ କାଉନସିଲର ମାନେ ଅସନ୍ତୋଷ ପ୍ରକୋଟ କରିଥିଲେ । ଏହିପରି ଉନ୍ନତୀମୂଳକ କାର୍ଯ୍ୟକୁ ହଠାତ ବନ୍ଦ କରାଯିବାକୁ ନେଇ ପ୍ରଥମେ ୨୮ ନମ୍ବର ୱାର୍ଡର କାଉନିସଲର ଯଶପାଲ ସିଂ ପ୍ରଶ୍ନ କରିଥିଲେ । ଆଗାମୀ ଦିନରେ ରାଜ୍ୟରେ ଗଠିତ ନୂତନ ପୌରସଂସ୍ଥା ଏବଂ ଏନଏସିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଘୋଷଣା କରାଗଲେ ଉନ୍ନତୀମୂଳକ କାର୍ଯ୍ୟ ବନ୍ଦ ହୋଇଯିବ । ତେଣୁ ବଳକା ରହିଥିବା ସମସ୍ତ ଉନ୍ନତୀମୂଳକ କାର୍ଯ୍ୟକୁ ତ୍ବରାନ୍ନିତ କରାଯିବାକୁ କାଉନସିଲର ମାନଙ୍କ ପକ୍ଷରୁ ଦାବି କରାଯାଇଥିଲା । ଏହାପରେ ଚଳିତ ମାସ ୨୮ ତାରିଖରେ ଜୟପୁର ପୌରସଂସ୍ଥାର ପରିମଳ ଓ ସଫେଇ କାର୍ଯ୍ୟ କରୁଥିବା ଠିକାସଂସ୍ଥାର ସମୟ ଶେଷ ହେଉଥିବା ଯୋଗୁଁ ପୁଣି ଉକ୍ତ ସଂସ୍ଥାର ସମୟ ଅବଧିକୁ ବୃଦ୍ଧି ନ କରିବାକୁ ଅଧିକାଂଶ କାଉନସିଲର ମତ ଦେଇଥିଲେ । ତେଣୁ ଆଗାମୀ ୧୫ ଦିନରୁ ଏକ ମାସ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ କରାଯାଇ ଟେଣ୍ଡର ମାଧ୍ୟମରେ ସହରର ପରିମଳ ଓ ସଫେଇ ଦାୟୀତ୍ବ ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଅନ୍ୟ ପକ୍ଷରେ ସହରରୁ ନିର୍ଗତ ଅଳିଆ ଆବର୍ଜନାକୁ ସହରର ବିଭିନ୍ନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (ଏମସିସି) ଗୁଡିକ ରହିଛି । ସେହିପରି ସହରର ଟ୍ରାଫିକ, ସହରାଞ୍ଚଳରେ ଚିକିତ୍ସାରେ ସମସ୍ୟା ନେଇ କାଉନସିଲର ମାନେ ଉଦବେଗ ପ୍ରକାଶ କରିଥିଲେ । ଏହିପରି କେତେ ସଂଖ୍ୟାରେ ନୂତନ ଟ୍ରେଡ ଲାଇସେନ୍ସ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଇଛି, ଯେଉଁମାନେ ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ତୁରନ୍ତ ନୋଟିସ କରିବାକୁ କାଉନସିଲର ବି. ବିଷ୍ଣୁବର୍ଦ୍ଧନ ରେଡ୍ଡି ଦାବି କରିଥିଲେ । ତେଣୁ ତୁରନ୍ତ ପୁଲିସକୁ ସହରର ଟ୍ରାଫିକ ନିୟନ୍ତ୍ରଣ ଏବଂ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ସହରାଞ୍ଚଳରେ ଉପଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ଏବଂ ସଫଳ ଚିକିତ୍ସା ବ୍ୟବସ୍ଥା କରିବାକୁ ଆଲୋଚନା କରାଯିବ । ସେହିପରି ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟୀ କରୁଥିବା ଲୋକଙ୍କୁ ନୋଟିସ କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ କୁମାରୀ ରେଡ୍ଡି ସୂଚନା ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ପୌର ନିର୍ବାହୀ ଅଧିତାରୀ ପୂଜା ରାଉତ, ପୌରଯନ୍ତ୍ରୀ ଅଜୟ ଜାନୀ, ମୁଖ୍ୟ ସେକ୍ସନ ଅଧିକାରୀ ସୁକଦେବ ବେହେରା, କାଉସିଲର ପ୍ରଣବ କିଶୋର ନାୟକ, ଦେବରାଜ ଚୌଧୁରୀ, ସିମାଞ୍ଚଳ ବିଶୋୟୀ, ସୁଷମା ମହାପାତ୍ର, ପଦ୍ମା ରେଡ୍ଡି. ଶଶିରେଖା ପରଜା, ଅର୍ପିତା ଷଡଙ୍ଗୀ, ପାର୍ଥ ସାରଥୀ ମଲ୍ଲିକ, ଅଜିତ ବେହେରା, ଗୋପୀନାଥ ମହାନ୍ତି, ମଧୁସ୍ମିତା ଓରାନ, ରବିନ୍ଦ୍ର ସାହୁ ପ୍ରମୁଖ ଏବଂ ବିଭିନ୍ନ ବିଭାଗିୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି