ସୁବର୍ଣ୍ଣପୁର ରିଜର୍ଭ ପଡ଼ିଆ ଠାରେ ଦିକ୍ଷାନ୍ତ ସମାରୋହ
ସୁବର୍ଣ୍ଣପୁର, 18 ଫେବ୍ରୁଆରି (ହି.ସ.)ସୁବର୍ଣ୍ଣପୁର ରିଜର୍ଭ ପଡ଼ିଆ ଠାରେ ନୂତନ ନିଯୁକ୍ତି ପାଇଥିବା ହୋମ ଗାର୍ଡ ଙ୍କୁ ନେଇ ଦିକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଯୋଗ ଦେଇ ଦୀର୍ଘ ଏକ ମାସ ର ପ୍ରଶିକ୍ଷଣ ପରେ ପ୍ରାରମ୍ଭିକ ପରୀକ୍
ସୁବର୍ଣ୍ଣପୁର ରିଜର୍ଭ ପଡ଼ିଆ ଠାରେ ଦିକ୍ଷାନ୍ତ ସମାରୋହ*-


ସୁବର୍ଣ୍ଣପୁର ରିଜର୍ଭ ପଡ଼ିଆ ଠାରେ ଦିକ୍ଷାନ୍ତ ସମାରୋହ*-


ସୁବର୍ଣ୍ଣପୁର, 18 ଫେବ୍ରୁଆରି (ହି.ସ.)ସୁବର୍ଣ୍ଣପୁର ରିଜର୍ଭ ପଡ଼ିଆ ଠାରେ ନୂତନ ନିଯୁକ୍ତି ପାଇଥିବା ହୋମ ଗାର୍ଡ ଙ୍କୁ ନେଇ ଦିକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଯୋଗ ଦେଇ ଦୀର୍ଘ ଏକ ମାସ ର ପ୍ରଶିକ୍ଷଣ ପରେ ପ୍ରାରମ୍ଭିକ ପରୀକ୍ଷାରେ ଖୁବ ଭଲ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି ହୋମ ଗାର୍ଡ ବୋଲି କହି ଆଜି ନିଜ ନିଜ କର୍ମ କ୍ଷେତ୍ର କୁ ଯାଇ ଲୋକ ଙ୍କ ପାଇଁ ସମାଜ ମଙ୍ଗଳ ପାଇଁ ସେବା କରି ପୋଲିସ ର ଗୌରବ ବଢାଇ ବାକୁ ପରାମର୍ଶ କରିଥିଲେ l ଜିଲ୍ଲା ପୋଲିସ୍ କୁ ସବୁଠୁ ଅଧିକ ସହଯୋଗ କରନ୍ତି ଆପଣ ଙ୍କ ହୋମଗାର୍ଡ l ସମାଜ ର ସବୁ ବର୍ଗ ର ଲୋକ ଙ୍କୁ ସେବା ଓ ସୁରକ୍ଷା ଦେବା ରେ ଆପଣ ଙ୍କ ଭୂମିକା ଗୁରୁତ୍ଵ ପୂର୍ଣ୍ଣ, କାରଣ ହୋମାଗର୍ଡ ଗାଁ ର କୋଣ ଅନୁକୋଣ ରେ ପରିଚିତ ବୋଲି ଏସପି ଶ୍ରୀ ନାଏକ କହିଥିଲେ |ସ୍ୱତନ୍ତ୍ର ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଯୋଗ ଦେଇ ଜିଲ୍ଲା ପୋଲିସ୍ ଓ ନୂତନ ହୋମ ଗାର୍ଡ ଙ୍କୁ ଉତ୍ସାହିତ କରିଥିଲେ l

ଅନ୍ୟ ତମ ଅତିଥି ଭାବେ ଅତିରିକ୍ତ ଏସପି କେ . ହରି ପ୍ରସାଦ, ପ୍ରତାପ ରଣା , ଡି ଏସ ପି ରେଣୁକା ସୁନା , ଚନ୍ଦ୍ର ଶେଖର ଶବର , ପୋଲିସ କନେଷ୍ଟ ବଲ ଆସୋସିଏସନ୍ ସଭାପତି କୁମୁଦ ରଂଜନ ମେହେର, ସଂପାଦକ ରଞ୍ଜିତ ପଧାନ ଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande