
ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍ର
ସନ୍ଦର୍ଭରେ ହାଇଦ୍ରାବାଦ ହାଉସ୍ରେ ଗୁଗୁଲ୍ ଓ ଆଲଫାବେଟ୍ର ସିଇଓ ସୁନ୍ଦର ପିଚାଇଙ୍କ ସହ ସାକ୍ଷାତ
କରିଛନ୍ତି । ଏହି ସମୟରେ ଭାରତରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ହେଉଥିବା
କାର୍ଯ୍ୟକଳାପ ଏବଂ ଗୁଗୁଲ୍ ଦ୍ୱାରା ଭାରତୀୟ ଛାତ୍ରଛାତ୍ରୀ ଓ ପେଶାଦାରମାନଙ୍କ ସହ ମିଶି ସହଯୋଗ
ବଢ଼ାଇବା ବିଷୟରେ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ସୁନ୍ଦର ପିଚାଇଙ୍କ ସହ
ମିଳି ସେ ଖୁସି ଅନୁଭବ କରିଥିଲେ। ଆଲୋଚନା ସମୟରେ ଭାରତର ଏଆଇ କ୍ଷେତ୍ରରେ କରାଯାଉଥିବା ପ୍ରୟାସ
ଏବଂ ଗୁଗୁଲ୍ ସହ ମିଶି ପ୍ରତିଭାଶାଳୀ ଛାତ୍ରଛାତ୍ରୀ ଓ ପେଶାଦାରମାନଙ୍କୁ ଯୋଡ଼ିବା ଉପାୟ ଉପରେ
ଚିନ୍ତାବିମର୍ଶ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା