
ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ବୁଧବାର ସଂସ୍କୃତରେ ଏକ ସୁଭାଷିତ ସେୟାର କରି ସମଗ୍ର ଏବଂ ବୈଜ୍ଞାନିକ ଆଧାରିତ ଜ୍ଞାନର
ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଏପରି ସମଗ୍ର ଓ ସତ୍ୟାଧାରିତ ଜ୍ଞାନ ବ୍ୟକ୍ତିଙ୍କୁ ପୂର୍ଣ୍ଣତା, ସ୍ପଷ୍ଟତା ଏବଂ ସତ୍ୟର ସର୍ବୋଚ୍ଚ ଅନୁଭୂତି ଦିଗରେ ନେଇଯାଏ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ
ପ୍ରାଚୀନ ସଂସ୍କୃତ ଶ୍ଲୋକ ଉଦ୍ଧୃତ କରିଛନ୍ତି—
“ଜ୍ଞାନଂ
ତେହଂ ବିଜ୍ଞାନମିଦଂ ବକ୍ଷ୍ୟାମ୍ୟଶେଷତଃ।
ଯଜ୍ଜ୍ଞାତ୍ୱା ନେହ ଭୂଯୋऽନ୍ୟଜ୍ଜ୍ଞାତବ୍ୟମବଶିଷ୍ୟତେ।। ”
ଏହି ଶ୍ଲୋକ ଜ୍ଞାନ ଓ
ବିଜ୍ଞାନ—ଅର୍ଥାତ୍ ସାଧାରଣ ସୂତ୍ରଗତ ବୁଝାମଣା ଏବଂ ତାହାର ପ୍ରାୟୋଗିକ ପ୍ରୟୋଗ—ଉଭୟର ସମଗ୍ରତାକୁ ଗୁରୁତ୍ୱ ଦେଇଥାଏ।
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ
ଉଲ୍ଲେଖ କରିଥିଲେ ଯେ, ଯେତେବେଳେ ବ୍ୟକ୍ତି ସମ୍ପୂର୍ଣ୍ଣ ଓ ପ୍ରମାଣିତ ଜ୍ଞାନ ଅର୍ଜନ କରେ, ସେତେବେଳେ ତାଙ୍କ ପାଇଁ ଜାଣିବାକୁ କିଛି ଅବଶିଷ୍ଟ ରହେନାହିଁ ଏବଂ ସେ
ସତ୍ୟର ସର୍ବୋଚ୍ଚ ସ୍ତରକୁ ପ୍ରାପ୍ତ କରେ। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାରେ ଶିକ୍ଷା, ଗବେଷଣା ଏବଂ ନବାଚାର କ୍ଷେତ୍ରରେ ସମଗ୍ର ଦୃଷ୍ଟିକୋଣ ଆପଣାଇବା ପାଇଁ
ପ୍ରେରଣା ଦେଇଥାଏ। ସେ ଇଙ୍ଗିତ କରିଥିଲେ ଯେ, ଆଧୁନିକ ଯୁଗରେ ମଧ୍ୟ ପ୍ରାଚୀନ ଭାରତୀୟ ଜ୍ଞାନ ପରମ୍ପରା ବୈଜ୍ଞାନିକ
ଚିନ୍ତନ ଓ ବୁଦ୍ଧିଜୀବୀ ସମୃଦ୍ଧିର ପଥ ପ୍ରଦର୍ଶନ କରିପାରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା