
ମୁମ୍ବାଇ, 18 ଫେବ୍ରୁଆରି (ହି.ସ.)- ଦେଶର ଆର୍ଥିକ
ରାଜଧାନୀ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ
ମାକ୍ରୋନଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା। ମୁମ୍ବାଇର ଲୋକ ଭବନରେ ମଙ୍ଗଳବାର ଆଲୋଚନା ଓ
ସାମ୍ବାଦିକ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ମାକ୍ରୋନ ଗୋଟିଏ ଗାଡ଼ିରେ
ଦେଖାଯାଇଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ମିତ୍ରସ୍ୱରୂପ କଥାବାର୍ତ୍ତା ହୋଇଥିଲା।
ରାଷ୍ଟ୍ରପତି ମାକ୍ରୋନ ମଙ୍ଗଳବାର ବିଳମ୍ବିତରାତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗାଡ଼ି
ଯାତ୍ରାର ଏକ ଫଟୋ ଏକ୍ସରେ ସେୟାର କରିଥିଲେ। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ
ଲେଖିଥିଲେ,
“ଜୟ ହୋ!”
ଉଲ୍ଲେଖନୀୟ ଯେ, ଭାରତ ଓ ଫ୍ରାନ୍ସ ମଙ୍ଗଳବାର ତାଙ୍କର ସମ୍ପର୍କକୁ ଆଉ ଗୋଟିଏ
ଐତିହାସିକ ଉଚ୍ଚତାକୁ ନେଇଯାଇଛନ୍ତି। ଦୁଇ ଦେଶ ତାଙ୍କର ମିତ୍ରତାକୁ ‘ବିଶେଷ ବିଶ୍ୱ ରଣନୀତିଗତ ସହଭାଗିତା’ରେ ପରିଣତ କରିଛନ୍ତି। ମୁମ୍ବାଇରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମାକ୍ରୋନଙ୍କ
ମଧ୍ୟରେ ହୋଇଥିବା ବୈଠକରେ ପ୍ରତିରକ୍ଷା, ପ୍ରଯୁକ୍ତି, ଷ୍ଟାର୍ଟଅପ୍, ଆବଶ୍ୟକ ଖଣିଜ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଇତ୍ୟାଦି କ୍ଷେତ୍ରରେ ଅନେକ ବଡ଼ ଘୋଷଣା କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା