ଏଆଇ ଶିଖର ସମ୍ମିଳନୀରେ ଭାଗ ନେବାକୁ ନୂଆଦିଲ୍ଲୀରେ ପହଂଚିଲେ ସ୍ଲୋଭାକିଆର ରାଷ୍ଟ୍ରପତି ପେଲେଗ୍ରିନୀ
ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- ୟୁରୋପୀୟ ଦେଶ ସ୍ଲୋଭାକ୍ ଗଣରାଜ୍ୟର ରାଷ୍ଟ୍ରପତି ପିଟର ପେଲେଗ୍ରିନି ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଏଠାରେ ସେ ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍‌ରେ ଅଂଶଗ୍ରହଣ କରିବେ। କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ରାଜ୍ୟମନ୍ତ୍ରୀ (ସ୍ୱାଧୀନ
ସ୍ଲୋଭାକିଆ


ନୂଆଦିଲ୍ଲୀ, 18 ଫେବ୍ରୁଆରି (ହି.ସ.)- ୟୁରୋପୀୟ ଦେଶ ସ୍ଲୋଭାକ୍ ଗଣରାଜ୍ୟର ରାଷ୍ଟ୍ରପତି ପିଟର ପେଲେଗ୍ରିନି ବୁଧବାର ନୂଆଦିଲ୍ଲୀରେ

ପହଞ୍ଚିଛନ୍ତି । ଏଠାରେ ସେ ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ ସମିଟ୍‌ରେ ଅଂଶଗ୍ରହଣ କରିବେ। କେନ୍ଦ୍ରୀୟ

ବିଜ୍ଞାନ ଓ ପ୍ରଯୁକ୍ତି ରାଜ୍ୟମନ୍ତ୍ରୀ (ସ୍ୱାଧୀନ ପ୍ରଭାର) ଡ଼ା. ଜିତେନ୍ଦ୍ର ସିଂହ

ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ।

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସ୍ଲୋଭାକିଆର ରାଷ୍ଟ୍ରପତି ପିଟର ପେଲେଗ୍ରିନି ଇଣ୍ଡିଆ ଏଆଇ ଇମ୍ପ୍ୟାକ୍ଟ

ସମିଟ୍‌ରେ ଅଂଶ ନେବା ପାଇଁ ଭାରତରେ ପହଞ୍ଚିଛନ୍ତି। ତାଙ୍କୁ ଡ଼ା. ଜିତେନ୍ଦ୍ର ସିଂହ ସ୍ୱାଗତ

କରିଥିଲେ।

ମୁଖପାତ୍ର କହିଛନ୍ତି ଯେ, ଏଆଇ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି

ପେଲେଗ୍ରିନିଙ୍କ ଉପସ୍ଥିତି ଭାରତ ଓ ସ୍ଲୋଭାକ୍ ଗଣରାଜ୍ୟର ନିକଟ ଏବଂ ବିସ୍ତାରିତ ସମ୍ପର୍କକୁ

ଆହୁରି ଗଭୀର କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande