ସାହାରପଡା କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଏବଂ ପ୍ରସ୍ତୁତି ବୈଠକ
କେନ୍ଦୁଝର, 18 ଫେବ୍ରୁଆରି (ହି.ସ.) ସାହାରପଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି କିପରି ସଂଗଠନ ମଜୁବୁତ କରି ହେବ ସେନେଇ ବିଶେଷ ଆଲୋଚନା କରିଥିଲେ l ଏହି ସଭାରେ ନୂତନ ଭାବେ ନିଯୁ
ସାହାରପଡା କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଏବଂ ପ୍ରସ୍ତୁତି ବୈଠକ


କେନ୍ଦୁଝର, 18 ଫେବ୍ରୁଆରି (ହି.ସ.)

ସାହାରପଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଏବଂ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି କିପରି ସଂଗଠନ ମଜୁବୁତ କରି ହେବ ସେନେଇ ବିଶେଷ ଆଲୋଚନା କରିଥିଲେ l ଏହି ସଭାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ବ୍ଲକ ସଭାପତି ସରୋଜ କୁମାର ବଘେଲ ଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେବା ସହ ସଙ୍ଘଟନ କୁ କିପରି ମଜବୁତ କରିବେ ସେ ନେଇ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ନୂତନ ଦିଶା ଦେଖାଇଛନ୍ତି l ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଗୌରହରି ନାଏକଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରି ସଭା କାର୍ଯ୍ୟ କୁ ଆଗେଇ ନେଇଥିଲେ l ଏହି ସଭାରେ ପୂର୍ବତନ ବ୍ଲକ ସଭାପତି ଭୋଳାନାଥ ବଘେଲ, ପୂର୍ବତନ ସରପଞ୍ଚ ସାରଥି ମୁଦୁଲି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାନସିଂ ମୁଣ୍ଡା, ପୂର୍ବତନ ଲ୍ୟାମ୍ପ ସଭାପତି ଗୌରହରି ଦାସ, ଚିତ୍ତରଞ୍ଜନ ରାଉତ, ନାରାୟଣ ନାଏକ, ଯଶୋବନ୍ତ ମହାନ୍ତ, ବଳରାମ ମହାନ୍ତ, ଚିତ୍ତରଞ୍ଜନ ତରେଇ, ହେମ ରଞ୍ଜନ ବେହେରା, ବେଣୁଧର ନାୟକ, ବିମ୍ବାଧର ନାଏକ, ଯୁବ କଂଗ୍ରେସ ସମ୍ପାଦକ ରାଜୁ ମହାନ୍ତ ଏବଂ ପଙ୍କଜ ନାଏକଙ୍କ ସମେତ ୨୦ ଗୋଟି ଗ୍ରାମ ପଞ୍ଚାୟତ ରେ ଥିବା ବରିଷ୍ଠ, ଯୁବକ ମାନେ ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନରେ ବହୁ ସଂଖ୍ୟକ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେଇ ଜିତାଇବାକୁ ସଂକଳ୍ପ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande