ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ : ରାଷ୍ଟ୍ରର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ସଂକୀର୍ଣ୍ଣ ମନୋଭାବ ଦୂର କରି ହିନ୍ଦୁ ସମାଜକୁ ସଂଗଠିତ ହେବାକୁ ପଡିବ
ବଲାଂଗିର, 18 ଫେବ୍ରୁଆରି (ହି.ସ.) - ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜାତି ସମାଜର ମୁଖିଆ ଓ ମାନଙ୍କୁ ନେଇ ଏକ ସାମାଜିକ ସଦଭାବନା ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଭାରତରେ ବିଭିନ୍ନ ଜାତି ଓ ବିଚାରର ଲୋକ ବାସ କରୁଥିଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକତ
ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ : ରାଷ୍ଟ୍ରର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ  ସଂକୀର୍ଣ୍ଣ ମନୋଭାବ ଦୂର କରି ହିନ୍ଦୁ ସମାଜକୁ ସଂଗଠିତ ହେବାକୁ ପଡିବ

ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ : ରାଷ୍ଟ୍ରର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ  ସଂକୀର୍ଣ୍ଣ ମନୋଭାବ ଦୂର କରି ହିନ୍ଦୁ ସମାଜକୁ ସଂଗଠିତ ହେବାକୁ ପଡିବ

ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ : ରାଷ୍ଟ୍ରର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ  ସଂକୀର୍ଣ୍ଣ ମନୋଭାବ ଦୂର କରି ହିନ୍ଦୁ ସମାଜକୁ ସଂଗଠିତ ହେବାକୁ ପଡିବ

ବଲାଂଗିର, 18 ଫେବ୍ରୁଆରି (ହି.ସ.) - ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜାତି ସମାଜର ମୁଖିଆ ଓ ମାନଙ୍କୁ ନେଇ ଏକ ସାମାଜିକ ସଦଭାବନା ବୈଠକ ରବିବାର

ଅନୁଷ୍ଠିତ ହୋଇଥିଲା। ଭାରତରେ ବିଭିନ୍ନ ଜାତି ଓ ବିଚାରର ଲୋକ ବାସ କରୁଥିଲେ ମଧ୍ୟ ସମସ୍ତଙ୍କ ମଧ୍ୟରେ ଏକତା, ଭାଇଚାରା ଓ ଆତ୍ମୀୟତା ରହିଲେ ଏକ ଅଖଣ୍ଡ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସହ କାର୍ଯ୍ୟବାହ ରାମଦତ୍ତ ଚକ୍ରଧର ଯୋଗ ଦେଇ ବିଭିନ୍ନ ଜାତି ସମାଜରୁ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଭାରତରେ ହିନ୍ଦୁତ୍ୱ ବଂଚିବା ତଥା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଆମେ ବିଭିନ୍ନ ଜାତି ଓ ବିଚାରର ଲୋକ ନିଜର ସଂକୀର୍ଣ୍ଣ ମନୋଭାବକୁ ତ୍ୟାଗ କରି ଏକ ପରିବାର ସଦୃଶ ରହି ମିଶି କରି ଚାଲିବାକୁ ପଡିବ ବୋଲି ସମସ୍ତଙ୍କୁ ନିବେଦନ କରିଥିଲେ ।ରାଷ୍ଟ୍ରର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ହିନ୍ଦୁ ସମାଜକୁ ସଂଗଠିତ ହେବାକୁ ପଡିବ ବୋଲି ଶ୍ରୀ ରାମଦତ୍ତ ଚକ୍ରଧର ପରାମର୍ଶ ଦେଇଥିଲେ। ହିନ୍ଦୁ କୌଣସି ଉପାସନା ନୁହେଁ, ଏହା ଏକ ଉଚ୍ଚ ମୂଲ୍ୟବୋଧ ସମ୍ପନ୍ନ ଜୀବନଦୃଷ୍ଟି ବୋଲି ଶ୍ରୀ ରାମଦତ୍ତ ନିଜ ଵକ୍ତାବ୍ୟରେ ବୁଝାଇ ଥିଲେ। ବିଭିନ୍ନ ଜାତିସମାଜ ବିଭିନ୍ନ ପ୍ରଥା ଓ ଚାଲିଚଳନ ଉପରେ ବିଶ୍ୱାସ କରୁଥିଲେ ମଧ୍ୟ ଆମେ ସମସ୍ତେ ଭାରତୀୟ, ଏପରି ମନୋଭାବ ପୋଷଣ କରି ଜଣେ ନାଗରିକ ଭାବରେ ଦେଶର ଏକତା ଓ ଅଖଣ୍ଡତା କୁ ଆମକୁ ବଜାୟ ରଖିବାକୁ ପଡିବ। ସାମାଜିକ ସଦଭାବନା ସଂଯୋଜକ ଦିଲୀପ କୁମାର ମିଶ୍ର ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହିବୈଠକରେ ପଶ୍ଚିମ ଓଡ଼ିଶା ପ୍ରାନ୍ତ ସଂଯୋଜକ ସନ୍ତୋଷ କୁମାର କର ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ ସମାଜ, କ୍ଷେତ୍ରୀୟ ସମାଜ, ଅଘରିଆ ସମାଜ, ତୈଲିକ ବୈଷ୍ୟ ସମାଜ, ଗୁଡ଼ିଆ ସମାଜ, କୁଲତା ସମାଜ, ଶୁଣ୍ଢୀ ସମାଜ, ରାଜକ ସମାଜ, ଜିଲ୍ଲା ମାରୱାଡି ସମାଜ, କୈବର୍ତ୍ତ ସମାଜ, ପଣ୍ଡରା ସମାଜ, ଭୁଲିଆ ସମାଜ, ଲକ୍ଷେ ଘର ଗଣ୍ଡା ସମାଜ ଓ ସିନ୍ଧି ସମାଜର ସକ୍ରିୟ ସଭ୍ୟ ଓ କର୍ମକର୍ତ୍ତା ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗଗ୍ରହଣ କରିଥିଲେ। ଏହି ସଦଭାବନା ବୈଠକରେ ଜିଲ୍ଲାର ଅନ୍ୟୁନ୍ୟ ୩୫ ଟି ଜାତି ସମାଜର କର୍ମକର୍ତ୍ତା ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande