ପଞ୍ଚମଶ୍ରେଣୀ ବୃତ୍ତି ପରୀକ୍ଷା ଫଳାଫଳ ପ୍ରକାଶ, ବିଦ୍ୟାଳୟ ଓ ଗାଁ ପାଇଁ ଗୌରବ ଶୁଭଲକ୍ଷ୍ମୀ
କେନ୍ଦୁଝର, 18 ଫେବ୍ରୁଆରି (ହି.ସ.) ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସଫଳତା ଅଧିକାର କରି ଗାଁ ଓ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଜଣେ ମେଧାବୀ ଛାତ୍ରୀ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ବାତୋ ପଂଚାୟତ ଅଞ୍ଜିରା ଗ୍ରାମର ସରକାରୀ ପ୍
ପଞ୍ଚମଶ୍ରେଣୀ ବୃତ୍ତି ପରୀକ୍ଷା ଫଳାଫଳ ପ୍ରକାଶ, ବିଦ୍ୟାଳୟ ଓ ଗାଁ ପାଇଁ ଗୌରବ ଶୁଭଲକ୍ଷ୍ମୀ


କେନ୍ଦୁଝର, 18 ଫେବ୍ରୁଆରି (ହି.ସ.) ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସଫଳତା ଅଧିକାର କରି ଗାଁ ଓ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଜଣେ ମେଧାବୀ ଛାତ୍ରୀ। ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ବାତୋ ପଂଚାୟତ ଅଞ୍ଜିରା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସତ୍ୟପ୍ରଭା ପଢ଼ିଆରୀ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତାରେ ସମଗ୍ର ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ସତ୍ୟପ୍ରଭାଙ୍କ ସଫଳତାକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚନବାଳା ବେଦାନ୍ତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାର ପରିଚାଳନା ସହକାରୀ ଶିକ୍ଷୟତ୍ରୀ ଦିପ୍ତିମୟୀ ରାଉତ କରିଥିଲେ। ସତ୍ୟପ୍ରଭା ଆମ ବିଦ୍ୟାଳୟର ଗର୍ବ। ଆଗାମୀ ଦିନରେ ସେ ଆହୁରି ଭଲ ପାଠ ପଢି ଉଚ୍ଚ ସ୍ଥାନ ଅଧିକାର କରୁ ଏହା ଆମେ ଆଶା କରୁଛୁ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରକାଶ କରିଛନ୍ତି। ଏହି ଅବସରରେ ସତ୍ୟପ୍ରଭାଙ୍କ ପିତା ଅଶୋକ କୁମାର ପଢ଼ିଆରୀ ଓ ମାତା ସୁକାନ୍ତି ପଢ଼ିଆରୀ ସହିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସମସ୍ତେ ସତ୍ୟପ୍ରଭାଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ।ସତ୍ୟପ୍ରଭାଙ୍କ ଏହି ସଫଳତା ନିଶ୍ଚୟ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହେବ ବୋଲି ଗ୍ରାମ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande