
କେନ୍ଦ୍ରାପଡା, 18 ଫେବ୍ରୁଆରି (ହି.ସ.) କେନ୍ଦ୍ରାପଡା ଜିଲ୍ଲା ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ଜିଲ୍ଲାରେ ବିଭିନ୍ନ ବଡ ବଡ ପ୍ରକଳ୍ପ ଗୁଡିକୁ ସୁରୁଖୁରୁ ରେ କାର୍ଯ୍ୟ ତୁଲାଇ ଥିବା ବେଳେ ତାଙ୍କର ବଦଳି ପରେ ନୂତନ ଅଧିକ୍ଷଣ ଯନ୍ତ୍ରୀ ଭାବେ ରାକେଶ ମଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମଲିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦକ୍ଷତାର ସହ କାମ କରିଥିବା ଜଣାପଡିଛି । ଶ୍ରୀ ମଲିକ କାର୍ଯ୍ୟରେ ଯୋଗ ଦେଲାବେଳେ ଅଫିସର ସମସ୍ତ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି