
ନୂଆଦିଲ୍ଲୀ, ୧୮ ଫେବୃୟାରୀ (ହି.ସ.) – ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଡିକ୍ ସୁଫ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ଅଂଶଗ୍ରହଣ କରିବା ପାଇଁ ଭାରତରେ ପହଂଚିଥିଲେ । ତାଙ୍କୁ ବିମାନବନ୍ଦରରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବଦ୍ୟିା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂହ ସ୍ୱାଗତ କରିଥିଲେ ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନେଦରଲାଣ୍ଡର ପ୍ରଧାନମନ୍ତ୍ରୀ ଡିକ୍ ସୁଫ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ଅଂଶଗ୍ରହଣ କରିବା ପାଇଁ ଭାରତରେ ପହଂଚିଛନ୍ତି । ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସୁଫ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ, ତାଙ୍କର ଅଂଶଗ୍ରହଣ ଭାରତ-ନେଦରଲାଣ୍ଡ ଦ୍ୱିପାକ୍ଷିକ ସହଭାଗୀତାକୁ ଆହୁରି ଗଭୀର ଏବଂ ସୁଦୃଢ଼ କରିବ ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ