
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଦଳ ପାଇଁ କାମ
କରୁଥିବା ଲୋକ ରାଜ୍ୟସଭା ଯାଆନ୍ତୁ ବୋଲି କହିଛନ୍ତି ବଦ୍ରି ନାରାୟଣ ପାତ୍ର କହିଛନ୍ତି । ବିଜେଡିର
ପ୍ରାର୍ଥୀ ରାଜନୈତିକ ଲୋକ ହେବା ଦରକାର ।
ଯେଉଁମାନେ ଦଳ ପାଇଁ କଠିନ ପରିଶ୍ରମ କରିଛନ୍ତି ଓ
ସମର୍ପିତ ହୋଇ କାମ କରିଛନ୍ତି । ତ୍ୟାଗ
ଅଛି ଦଳ ପାଇଁ ଖଟିଛନ୍ତି । ବୟସ୍କ ଲୋକ ଯିବା ଦରକାର । ଦଳର ନିଷ୍ପତ୍ତିକୁ
ଅପେକ୍ଷା କରିଛୁ । ବିଜେପି 4 ଆସନ
ନେଇପାରିବ ଯଦି ନେଇଯାଉ । ରାଜ୍ୟସଭା ନିଷ୍ପତ୍ତି ନବୀନ ବାବୁ ନେବେ । ଅପେକ୍ଷା କରନ୍ତୁ ନବୀନ ପଟ୍ଟନାୟକ କି ନିଷ୍ପତ୍ତି
ନେବେ । ବିଜେଡି ନିର୍ଣ୍ଣାୟକ ନିଷ୍ପତ୍ତିକୁ ଆସିବ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା