
ଧର୍ମଶାଳା,୧୮ଫେବ୍ରୃଆରୀ(ହି.ସ.) - ସରକାର ପରିବର୍ତନ ପରେ ବିଜୁ ଜନତା ଦଳ ଦୃବଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନେତା ଓ କର୍ମୀ ଦଳ ପରିତ୍ୟାଗ କରୁଛନ୍ତି । ତେବେ ସରକାର ଯିବାର ପାଖାପାଖି ୨ ବର୍ଷ ହେବ ବିଜେଡି ପକ୍ଷରୁ ସେପରି କିଛି ବଡ କାର୍ଯ୍ୟକ୍ରମ କରି ପାରି ନାହିଁ । ଏବେ ବରିଷ୍ଠ ନେତା ଓ ତଳ ସ୍ତରର କର୍ମୀମାନଙ୍କୁ ନେଇ ସଂଗଠିତ ହୋଇ ରହିବାକୁ ପରାମର୍ଶ ଦିଆଯାଉଛି । ଏହି କ୍ରମରେ ବୁଧବାର ଦିନ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଅଧିନରେ ଥିବା ୯ଗୋଟି ପଂଚାୟତକୁ ନେଇ କୁଆଖିଆଠାରେ ବିଜୁ ଜନତା ଦଳର ପ୍ରମୁଖ କର୍ମକର୍ତା,ବରିଷ୍ଠ ନେତା,ଛାତ୍ର ଓ ମହିଳା ନେତୃବଅନ୍ଦଙ୍କ ସହିତ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଧର୍ମଶଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ,ବରିଷ୍ଠ ନେତା ନରେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ପୂର୍ବତନ ସରପଂଚ,ସମିତିସଭ୍ୟ ଓ ଯୁବ ଓ ମହିଳା କର୍ମୀ ଉପସ୍ଥିତ ରହି ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ନିକଟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅରାଜକତା ବୃଦ୍ଧି ପାଇଛି । ସେପଟେ ମିଥ୍ୟା ପ୍ରତିଶ୍ରୃତି ଦେଇ ବିଜେପି ସରକାରକୁ ଆସିଛି । ଏହି ମିଥ୍ୟା ପ୍ରତିଶ୍ରୃତି ଦେଇ ଥିବା ଘଟଣାକୁ ଘରେ ଘରେ ପଂଚାଇବା ପାଇଁ ଦଳ ତାର ରଣନୀତି ପ୍ରସ୍ତୁତ କରିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ