ରାମକୃଷ୍ଣ ପରମହଂସଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ରାମକୃଷ୍ଣ ପରମହଂସଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ମା କାଳୀଙ୍କ ପରମ ଉପାସକ ଓ ଆଧ୍ୟାତ୍ମିକ ଅନୁଭୂତିର ଅଦ୍ୱିତୀୟ
ରାମକୃଷ୍ଣ


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ରାମକୃଷ୍ଣ

ପରମହଂସଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ମା କାଳୀଙ୍କ ପରମ ଉପାସକ ଓ ଆଧ୍ୟାତ୍ମିକ

ଅନୁଭୂତିର ଅଦ୍ୱିତୀୟ ସାଧକ ସ୍ୱାମୀ ରାମକୃଷ୍ଣ ପରମହଂସଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ

ଶ୍ରଦ୍ଧାପୂର୍ବକ ନମନ କରୁଛି।

ସ୍ୱାମୀ ରାମକୃଷ୍ଣ

ପରମହଂସଙ୍କ ଜୀବନ ତପସ୍ୟା, ତ୍ୟାଗ ଏବଂ ପରମ ସତ୍ୟର ସନ୍ଧାନର ଜୀବନ୍ତ ଉଦାହରଣ ଥିଲା। ସେ ନିଜ ଆଧ୍ୟାତ୍ମିକ ଅନୁଭବ

ମାଧ୍ୟମରେ ଏହି ସନ୍ଦେଶ ଦେଇଥିଲେ ଯେ ଭକ୍ତି, ଜ୍ଞାନ ଓ କର୍ମ—ଏହି ତିନୋଟି ମାର୍ଗ ଶେଷ ପର୍ଯ୍ୟନ୍ତ ମାନବକୁ ଭଗବାନ ଓ ମାନବତା ସହିତ

ଯୋଡ଼େ। ତାଙ୍କ ସାନ୍ନିଧ୍ୟରେ ସ୍ୱାମୀ ବିବେକାନନ୍ଦଙ୍କପରି ଯୁଗଦୃଷ୍ଟା ଶିଷ୍ୟଙ୍କ ଗଠନ ହୋଇଥିଲା, ଯିଏ ଭାରତୀୟ ଆଧ୍ୟାତ୍ମିକ ଚେତନାକୁ ବିଶ୍ୱ ମଞ୍ଚରେ ପରିଚିତ

କରାଇଥିଲେ। ତାଙ୍କ ସାଧନା ଓ ଚିନ୍ତାଧାରା ସନାତନ ପରମ୍ପରାର ସେହି ପ୍ରକାଶରେଖା, ଯାହା ପିଢ଼ୀ ପିଢ଼ୀ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଲୋକକଳ୍ୟାଣ ପାଇଁ

ପ୍ରେରିତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande