ଇନପୁଟ ସହାୟତା ରାଶିକୁ ନେଇ ବର୍ଷିଲା ବିଜେଡି
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଇନପୁଟ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଲା ରାଜନୀତି । 800 ବଦଳରେ କାହିଁକି 731 ଟଙ୍କା ଦେଉଛନ୍ତି ସରକାର । ଘୋଷଣା କରିଥିଲେ 800 ଟଙ୍କା ଇନପୁଟ ସହାୟତା ରାଶି ଦେବେ । କିନ୍ତୁ ଦେଉଛନ
ଇନପୁଟ ସହାୟତା ରାଶିକୁ     ନେଇ ବର୍ଷିଲା ବିଜେଡି


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଇନପୁଟ

ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଲା ରାଜନୀତି । 800 ବଦଳରେ କାହିଁକି 731

ଟଙ୍କା ଦେଉଛନ୍ତି ସରକାର । ଘୋଷଣା କରିଥିଲେ 800 ଟଙ୍କା ଇନପୁଟ

ସହାୟତା ରାଶି ଦେବେ । କିନ୍ତୁ ଦେଉଛନ୍ତି 731 ଟଙ୍କା । କାହିଁକି

ଚାଷୀଙ୍କୁ ଠାରୁ 69 ଟଙ୍କାରୁ ବଞ୍ଚିତ କରୁଛନ୍ତି ବୋଲି ପ୍ରଶ୍ନ କଲା

ବିଜେଡ଼ି । ସେଥିପାଇଁ ଚାଷୀ ଆନ୍ଦୋଳନ ତେଜୁଛି । ଆମେ ବିଧାନସଭାରେ ପ୍ରତିବାଦ କରୁଛୁ ବୋଲି କହିଛନ୍ତି

ବିଜେଡ଼ି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଯେ,

ଯିଏ 100 ଟଙ୍କା ଘୋଷଣା କରି ଦେଇନଥିଲେ, ସେମାନେ କେଉଁ ମୁହଁରେ 800 ଟଙ୍କା କଥା କହୁଛନ୍ତି । ଆମେ ନିର୍ବାଚନ ବେଳେ 3100 ଟଙ୍କା

ଦେବୁ ବୋଲି କହିଥିଲୁ, ଆଉ ଦେଉଛୁ । ଚାଷୀ ଖୁସି ଅଛନ୍ତି । ବିରୋଧୀ

କେବଳ ରାଜନୀତି କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande