
ଭୁବନେଶ୍ୱର,୧୮ ଫେବୃଆରୀ (ହି.ସ.) - କଳିଙ୍ଗ ବିହାର ଅଂଚଳରେ ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ ଘଟଣାର ପର୍ଦାଫାଶ କରିଛି କମିଶନରେଟ୍ ପୋଲିସ୍ । ଏହି ଘଟଣାରେ ପୋଲିସ୍ ଜଣେ ନାବାଳକ ଙ୍କୁ ଗିରଫ କରିଛି ।ସୁନା ଦୋକାନ ରୁ ଲୁଟ ପରେ ସେସବୁ ସୁନାକୁ ଆଇଆଇଏଫଏଲ ଗୋଲଡରେ ବନ୍ଧକ ରଖି ଦୁଇ ଲକ୍ଷ ଟଙ୍କା ନେଇଥିଲା ନାବାଳକ । ଆଇଆଇଏଫଏଲ ଗୋଲଡ ଲୋନ ସଂସ୍ଥାର ମ୍ୟାନେଜର ପ୍ରଶାନ୍ତ କୁମାର ମିଶ୍ରକୁ ଅଟକ ରଖି ଖୋଳତାଡ କରୁଛି ପୋଲିସ । ଘଟଣା ଘଟିବାର ୧୨ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ।ଭୁବନେଶ୍ୱର ଡିସିପି ଜଗମୋହନ ମିନା ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା