ଜୟଦେବ ବିହାର ଅଂଚଳରେ ଲୁଟ ଘଟଣାରେ ଜଣେ ଲୁଟେରା ଗିରଫ
ଭୁବନେଶ୍ୱର,୧୮ ଫେବୃଆରୀ (ହି.ସ.) - ଜୟଦେବ ବିହାର ଅଂଚଳରେ ଲୁଟ କରି ଫେରାର ବେଳେ ଲୁଟେରାଙ୍କ ଗାଡି ଦୁର୍ଘଟଣା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଏସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଡିସିପି ଜଗମୋହନ ମିନା କହିଛନ୍ତି ଯେ ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଜଣେ ଲ
BBSR DCP


ଭୁବନେଶ୍ୱର,୧୮ ଫେବୃଆରୀ (ହି.ସ.) - ଜୟଦେବ ବିହାର ଅଂଚଳରେ ଲୁଟ କରି ଫେରାର ବେଳେ ଲୁଟେରାଙ୍କ ଗାଡି ଦୁର୍ଘଟଣା ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଏସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଡିସିପି ଜଗମୋହନ ମିନା କହିଛନ୍ତି ଯେ ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଜଣେ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ରେଡ କରୁଛି। ଏହାସହ ଶୈଳଶ୍ରୀ ବିହାର ଅଂଚଳରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଘଟଣାରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରୁଛି ପୋଲିସ । ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି ବୋଲି ଡିସିପି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande