ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767 ଟଙ୍କା
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଓଡ଼ିଶାରେ ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767 ଟଙ୍କା । ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ ପକ୍ଷରୁ ପ୍ରକାଶିତ ରିପୋର୍ଟ 2023-24 ଅନୁଯାଇ ପ୍ରକାଶ ପାଇଛି ତଥ୍ୟ । ଓଡ଼ିଶାରେ ଗ୍ରାମାଞ୍ଚଳରେ ଖ
ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ     ମାସିକ ଖର୍ଚ୍ଚ 1742 ଓ 1767 ଟଙ୍କା


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଓଡ଼ିଶାରେ

ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767 ଟଙ୍କା ।

ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ ପକ୍ଷରୁ ପ୍ରକାଶିତ ରିପୋର୍ଟ 2023-24 ଅନୁଯାଇ ପ୍ରକାଶ ପାଇଛି ତଥ୍ୟ । ଓଡ଼ିଶାରେ ଗ୍ରାମାଞ୍ଚଳରେ ଖାଦ୍ୟ ପାଇଁ 1742 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅଣ ଖାଦ୍ୟ ପାଇଁ 1767ଟଙ୍କା

ଖର୍ଚ୍ଚ କରୁଛନ୍ତି । ସହରାଞ୍ଚଳରେ ଖାଦ୍ୟ ପାଇଁ 2546 ଟଙ୍କା ଖର୍ଚ୍ଚ

କରୁଥିବା ବେଳେ ଅନଂ ଖାଦ୍ୟ ପାଇଁ 3469 ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିପରି

ସର୍ବ ଭାରତୀୟରେ ଗ୍ରାମାଞ୍ଚଳ ରେ ଖାଦ୍ୟ ପାଇଁ 2057 ଟଙ୍କା ଖର୍ଚ୍ଚ

କରୁଥିବା ବେଳେ ଅଣ ଖାଦ୍ୟ ପାଇଁ 2190 ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିପରି

ସର୍ବଭାରତିୟ ସ୍ତରରେ ସହରାଞ୍ଚଳରେ ଖାଦ୍ୟ ପାଇଁ 2853 ଟଙ୍କା ଖର୍ଚ୍ଚ

କରୁଥିବା ବେଳେ ଅଣ ଖାଦ୍ୟ ପାଇଁ 4225 ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଧାନସଭାରେ

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଲିଖିତ

ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande