
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଯୁକ୍ତ ଦୁଇ
ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ
ପରୀକ୍ଷା ଦେଉଥିବା ଯୁକ୍ତ ଦୁଇର ସମସ୍ତ ପରୀକ୍ଷାର୍ଥୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।
ଏକଜାମ ୱାରିୟର ଭାବେ ସମସ୍ତେ ଦୃଢ଼ ଆତ୍ମବିଶ୍ବାସର ସହ ପରୀକ୍ଷା ଦିଅନ୍ତୁ। ମହାପ୍ରଭୁଙ୍କ
ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା