ଅନଲାଇନ୍ ବେଟିଂ ରାକେଟ୍ ବିରୋଧରେ ରାଉରକେଲା ପୋଲିସର ଚଢ଼ାଉ, 5 ଅଟକ
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଅନଲାଇନ୍ ବେଟିଂ ରାକେଟ୍ ବିରୋଧରେ ରାଉରକେଲା ପୋଲିସର ଚଢ଼ାଉ । ଗୁପ୍ତ ସୂଚନା ଆଧାରରେ ରାଉରକେଲା ଜିଲ୍ଲା ପୋଲିସଅଧୀନରେ ବିଭିନ୍ନ ଥାନା ପକ୍ଷରୁ ଏକକାଳୀନ ସଂଗଠିତ ଅନଲାଇନ୍ ବେଟିଂ ରାକେଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛ
ଅନଲାଇନ୍ ବେଟିଂ ରାକେଟ୍     ବିରୋଧରେ ରାଉରକେଲା ପୋଲିସର ଚଢ଼ାଉ, 5 ଅଟକ


ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଅନଲାଇନ୍

ବେଟିଂ ରାକେଟ୍ ବିରୋଧରେ ରାଉରକେଲା ପୋଲିସର ଚଢ଼ାଉ । ଗୁପ୍ତ ସୂଚନା ଆଧାରରେ ରାଉରକେଲା ଜିଲ୍ଲା ପୋଲିସଅଧୀନରେ ବିଭିନ୍ନ

ଥାନା ପକ୍ଷରୁ ଏକକାଳୀନ ସଂଗଠିତ ଅନଲାଇନ୍ ବେଟିଂ ରାକେଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପ୍ଲାଂଟ ସାଇଟ୍ ପୋଲିସ

ଷ୍ଟେସନ, ଉଦିତନଗର, ବଣ୍ଡମୁଣ୍ଡା ଓ ରଘୁନାଥପଲ୍ଲୀ ପୋଲିସ ଷ୍ଟେସନ ପକ୍ଷରୁ ବିଭିନ୍ନ ସ୍ଥାନରେ

ଏକାଧିକ ଟିମ୍ ଦ୍ୱାରା ଚଢ଼ାଉ କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରେ ସେମାନଙ୍କର ‘ ବେନାମୀ ଆକାଉଣ୍ଟ’ ପ୍ରଦାନକାରୀ ଏବଂ ହାୱାଲା ଅପେରେଟରମାନଙ୍କ ସହ ନେଟୱର୍କ ଥିବା ତଥ୍ୟ

ମିଳିଛି। ଏହା ମାଧ୍ୟମରେ ଅବୈଧ ଟଙ୍କା ଆଦାନ ପ୍ରଦାନ କରାଯାଉଥିବା ପ୍ରମାଣ ମିଳିଛି।

ଏପର୍ଯ୍ୟନ୍ତ ୨୦ ଲକ୍ଷ

ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଅନ୍ୟାନ୍ୟ ଆର୍ଥିକ କାରବାର, ବ୍ୟାଙ୍କ ଖାତା ଏବଂ ଡିଜିଟାଲ ତଥ୍ୟ ସମ୍ପର୍କରେ ତଦନ୍ତ ଚାଲିଛି।

୫ ଜଣ ବ୍ୟକ୍ତିଙ୍କୁ ଅଟକ

ରଖି ପଚରାଉଚରା କରାଯାଉଛି। ଅନ୍ୟାନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅଧିକ

ଚଢ଼ାଉ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande