
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ଆଜି ସୁଦ୍ଧା
ଧାନ କିଣା ତଥ୍ୟ ଜାରି କଲେ ସରକାର, ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ଆସିଛି 59 ଲକ୍ଷ 92 ହଜାର 864 ମେଟ୍ରିକ ଟନ । 59 ଲକ୍ଷ 73 ହଜାର 552 ମେଟ୍ରିକ ଧାନ
କିଣା ହୋଇଥିବା ବେଳେ 58 ଲକ୍ଷ 6 ହଜାର 432 ମେଟ୍ରିକ ଟନ ଧାନ ଉଠା ହୋଇଛି । 1 ଲକ୍ଷ 94 ହଜାର 846 ମେଟ୍ରିକ ଟନ ଧାନ ମଣ୍ଡିରେ ପଡି ରହିଛି । ଏବେ 13 ଲକ୍ଷ 90 ହଜାର 978 ଚାଷୀ ଧାନ
ବିକ୍ରି କରିସାରିଛନ୍ତି । ଧାନ ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି 4
ହଜାର 45 କୋଟି ଟଙ୍କାର ଇନପୁଟ ସବସିଡ ସହ ଏମଏସପି ବାବଦକୁ 13 ହଜାର 110 କୋଟି ଟଙ୍କା ଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା