
ଭୁବନେଶ୍ୱର, 18 ଫେବ୍ରୁଆରି (ହି.ସ.)- ୨୪ ଘଣ୍ଟା
ଖୋଲା ଅଛି କଣ୍ଟ୍ରୋଲ ରୁମ୍। ସୁରୁଖୁରରେ ଚାଲିଛି ଯୁକ୍ତ ୨ ପରୀକ୍ଷା। ବର୍ତ୍ତମାନ୍ ସୁଦ୍ଧା
କିଛି ସେମିତି ଘଟଣା ଆମ ନଜରକୁ ଆସି ନାହିଁ ବୋଲି କହିଛନ୍ତି ସିଏଚଏସଇ ଅଧ୍ୟକ୍ଷ ମୃଣାଳକାନ୍ତି
ଦାସ। ସେ କହିଛନ୍ତି ଯେ, ଯେଉଁଠି
କିଛି ଅସୁବିଧା ହେଉଛି ସେଠି ଆମର ଅଧିକାରୀ ଓ ନୋଡାଲ ଅଫିସର କଣ୍ଟ୍ରୋଲର, ମୁଁ ନିଜେ ମଧ୍ୟ କଥା ହେଉଛି। ବର୍ତ୍ତମାନ୍ ସୁଦ୍ଧା କିଛି ଅସୁବିଧା ନାହିଁ। ପରୀକ୍ଷା
ଠିକ ଠାକ୍ ଚାଲିଛି। ପରୀକ୍ଷା ଠିକ୍ ସମୟରେ ଆରମ୍ଭ କରିବା ଆମ ପାଇଁ ଚାଲେଞ୍ଜ ଥିଲା। ସବୁ
ଜାଗାରେ ଜୋନାଲ ଓ ସେଣ୍ଟ୍ରାଲ ସ୍କ୍ୱାର୍ଡ ଅଛନ୍ତି। ବିଶେଷ କିଛି ଅସୁବିଧା ଜନକ ଘଟଣା ଆସିନାହି।
ପରୀକ୍ଷା କେନ୍ଦ୍ରରୁ ଏବେ ସୁଧା କିଛି ଅଭିଯୋଗ ଆସିନି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା