
ରାଉରକେଲା, 18 ଫେବ୍ରୁଆରି (ହି.ସ.) ରାଉରକେଲା ପ୍ରଶାସନର ଅପାରଗତା କାରଣରୁ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ମୁକ୍ତ ହୋଇପାରୁ ନ ଥିବା ନେଇ ଅଭିଯୋଗ ହୋଇଛି ।
ରାଉରକେଲା ସହରରେ ବହୁ ମୁଲ୍ୟବାନ ଜମି ଆଜିକୁ ଦୀର୍ଘ ଦିନ ଧରି ବହୁ ବ୍ୟକ୍ତି ଜବର ଦଖଲ କରି ଘରଦ୍ୱାର , ହୋଟେଲ ବେପାର ଚଳାଇ ଆସିଥିବା ବେଳେ ରାଉରକେଲା ଉପଜିଲ୍ଲାପାଳ, ତହସିଲଦାର ମାନେ ଲଗାତାର ନୀରବ ବସିଥିବା ଅଭିଯୋଗ ହୋଇଛି । ଚଳିତ ମାସ ୯ତାରିଖରେ ପାନପୋଷ ଉପଜିଲ୍ଲାପାଳ ଜବରଦଖଲମୁକ୍ତ ଲାଗିଯାଇ ଥିଲେ କିନ୍ତୁ ବିଧାୟକ ବିରୋଧ କରିବାରୁ ଫେରିଆସି ଚୁପ ହୋଇ ବସିଯିବା ଓ ସରକାରୀ ଆଇନକୁ ଉପଯୋଗ କରିନପାରିବା ଭଳି ସ୍ଥିତି ଜବରଦଖଲକାରୀର ଅଁଟାକୁ ଅଧିକ ଟାଣ କରିଛି ବୋଲି ଅଭିଯୋଗ ହୋଇଛି । ଏନେଇ ପାନପୋଷ ଉପଜିଲ୍ଲାପାଳ ଙ୍କୁ ମୋବାଇଲ ଯୋଗେ ପଚରା ଯିବାରୁ ସେ ଏବେ ବ୍ୟସ୍ତ ଅଛନ୍ତି ଓ ଅଫିସ ଆସି କଥାହେବାକୁ ଉତରରେ କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଖବରରୁ ପ୍ରକାଶ ଯେ ଗାନ୍ଧୀ ରୋଡର ଏହି ତଥାକଥିତ ଜମି କୁ ଜବର ଦଖଲ କରି ବ୍ୟବସାୟୀ ସଂଘର ପୁର୍ବତନ ସଭାପତି ତଥା ହୋଟେଲ ମାଲିକ ଜଣକ ନିଜ ହୋଟେଲ ବେପାର ଚଳାଇ ଆସୁଥିଲେ । କିଛି ଦିନ ପରେ ସେ ଏହି ଜବରଦଖଲ କମିକୁ ପାଇବା ଲାଗି ହାଇକୋର୍ଟରେ ଦ୍ୱାରସ୍ଥ ହେଲେ , ହାଇକୋର୍ଟ ଏହାକୁ ବିଚାରକୁ ନେଇ ଜମିଟି ଜବରଦଖଲ ଥିବା ଦେଖି ଶେଷରେ ମାମଲାକୁ ଖାରଜ କରିଥିଲେ । ସୁନ୍ଦରଗଡ ଜିଲ୍ଲାପାଳ ଙ୍କୁ ଏହି ଜମିକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ପାଇ ସୁନ୍ଦରଗଡ ଜିଲ୍ଲାପାଳ ୨୦୨୫ରେ ପାନପୋଷ ତହସିଲଦାରଙ୍କୁ ଏହିଜମି ଉଛେଦ ଲାଗି ଚିଠି କରିଥିଲେ ।ପରେ ୩୦/୦୬/୨୦୨୫ରେ ତହସିଲଦାର ପାନପୋଷ ଏଥିଲାଗି ପୁଲିସିକୁ ଚିଠି ନମ୍ବର ୩୪୯ରେ ପୁଲିସି ଯୋଗାଇଦେବାକୁ ରାଉଏରକେଲା ଏସପି ଙ୍କୁ ଚିଠି କରିଥିଲେ ।ହେଲେ କଥାକୁ ଆଠ ମାସ ବିତିଗଲା ଏସପି ନୀରବ ରହିବାରୁ ତହସିଲ କିଂକର୍ତବ୍ୟବିମୁଢ ହୋଇ ବସିଗଲେ ।ସେପଟେ ବିଭାଗୀୟ ମନ୍ତ୍ରୀ ସୁରେଶ ପୁଜାରୀ ବାରମ୍ବାର ଜବରଦଖଲକାରୀଙ୍କୁ ଛଡା ଯିବ ନାହିଁ ବୋଲି ବୟାନ ଦେଇଚାଲିଛନ୍ତିା ଏହା ଭିତରେ ଚଳିତ ମାସ ୯ତାରିଖରେ ପାନପୋଷ ଉପଜିଲ୍ଲପାଳ ସେହିଯାଗାରେ ପହଁଚି ଉଛେଦଲାଗି ଚେଷ୍ଟା କରିବାରୁ ରାଉରକେଲା ବିଧାୟକ ସାରଦା ବାବୁ ଗାଡି ଗୁଡିକ ଉପରେ ଚଢଯିବା ସହ ହୋଟେଲ ଆଗରେ ବସି ରହିଥିଲେ, ଉଛେଦ କାମକୁ ବିରୋଧ କଲେ, ପରେ ପାନପୋଷ ଉପଜିଲ୍ଲାପାଳ ନିଜର କ୍ଷମତା ଖଟାଇବା ପରିବର୍ତେ ସେଠାରୁ ଚୁପ ହୋଇ ଫେରିଆସିଲେ ।ଏଭଳି ଘଟଣା ରାଉରକେଲା ଇତରିହାସରେ ପ୍ରଥମ ବୋଲି କୁହା ଯାଉଛି । ଆଶା କରାଯାଉଥିଲା ପରଦିନ ଉପଜିଲ୍ଲାପାଳ ସେ ଯାଗାରେ ୧୪୪ ଲଗାଇ ପୁଲିସି ଫୋର୍ସ ନେଇ ଜବର ଦଖଲ ଉଛେଦ କରିବେ ଓ ବିରୋଧକାରୀ ବିଧାୟକ ହେଲେ ବି ତାଙ୍କୁ ଗିରଫ କରିବେ । କିନ୍ତୁ କିଛି କଲେନାହିଁ ଓ ନିରବ ହୋଇ ବସିଲେ ।ପରେ ସାରଦା ବାବୁ ମିଡିଆକୁ କହିଲେ ଜବରଦଖଲ କାରୀ ସେ ଯାଗା ଆଇନ ଅନୁସାରେ ପାଇବା ଦରକାର । ଏହି ଘଟଣା ପରେ ଏବେ ରାଉରକେଲା ପୁଲିସି ଓ ପାନ ପୋଷ ଉପଜିଲ୍ଲପାଳ କିଭଳି ରାଜ୍ୟ ସରକାରଙ୍କ ଆଦେଶ ଓ ହାଇକୋର୍ଟଙ୍କ ଆଦେଶକୁ ଅବମାନନା କଲେ ତାହା ଏବେ ସାଧାରଣରେ ଆଲୋଚନା ଯୋର ଧରିଛି । ସେପଟେ ବିଜେଡି ସମୟରେ ଏହିଯାଗା ସମେତ ବଜାର ଅଁଚଳର ଜବର ଦଖଲ ଗୁଡିକୁ ଉଛେଦ ଲାଗି ସରକାରୀ ଆଦେଶ ଥିବା ସତ୍ୱେ ସେ ସମୟର ସରକାର ଏହାକୁ କିଛି କରିନଥିଲେ ଓ ସାରଦା ବାବୁ ମଧ୍ୟ ନୀରବ ଥିଲେ । ଯଦି ସରକାରୀ ଦରମା ବିଧାୟକ ,ଏସପି ଓ ଉପଜିଲ୍ଲାପାଳ ପାଇ ସରକାରୀ ଜମିର ସୁରକ୍ଷା ଏହି ଭଳି କରିବେ ତେବେ ସରକାର କହିବେ କାହାକୁ ଓ ସାଧାରଣ ଲୋକେ ଏଥିରୁ କଣ ଶିଖିବେ ବୋଲି ଏବେ ବିଚାର ଚାଲିଛି ।
---------------
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ